Latest Odisha News

BREAKING NEWS

ମୋଦିଙ୍କ ଏମପି, ଛତିଶଗଡ ଗସ୍ତ, ଜିତିବା ଆଶାରେ ବିଜେପି

ଭୁବନେଶ୍ୱର: ଦେଶର ଚାରୋଟି ରାଜ୍ୟର ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାବେଳେ ପ୍ରଧାନମନ୍ତ୍ରୀ ମୋଦି ପ୍ରଚାରକୁ ଓଲ୍ହାଇବେ। ସେଥିପାଇଁ ଦଳ ପକ୍ଷରୁ ବ୍ୟାପକ ଯୋଜନା ହୋଇଛି।

ଏହି କ୍ରମରେ ରାତି ପାହିଲେ ଅର୍ଥାତ ୧୪ ତାରିଖରେ ମଧ୍ୟପ୍ରଦେଶ ଓ ଛତିଶଗଡ଼ ଗସ୍ତ କରିବେ। ଏମପିରେ ମୋଦି ବୀଣା ଅଞ୍ଚଳ ଗସ୍ତ କରିବେ। ବୀଣାରେ ମୋଦି ପଚାଶ ହଜାର କୋଟି ଟଙ୍କାର ପେଟ୍ରୋକେମିକାଲ ପ୍ରକଳ୍ପ ସମ୍ପ୍ରସାରଣ କାର୍ଯ୍ୟର ଶୁଭାରମ୍ଭ କରିବେ।

ସେହିପରି ୨୫ ତାରିଖରେ ଭୋପାଳରେ ୧୦ ଲକ୍ଷ କାର୍ଯ୍ୟକାର୍ତ୍ତାଙ୍କୁ ମୋଦି ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି। ଗତ ତିନି ମାସରେ ପ୍ରଧାନମନ୍ତ୍ରୀ ମୋଦି ଚାରିଥର ମଧ୍ୟପ୍ରଦେଶ ଆସି ସାରିଛନ୍ତି।

ଆସନ୍ତାକାଲି ପେଟ୍ରୋକେମିକାଲ ପ୍ରକଳ୍ପ ସମ୍ପ୍ରସାରଣ କାର୍ଯ୍ୟର ଭୂମିପୂଜନ କାର୍ଯ୍ୟକ୍ରମକୁ ନେଇ ବିଜେପି ବେଶ ଉତ୍ସାହିତ ରହିଛି। ଏମପିରେ ମୋଦିଙ୍କ ଚେହେରାକୁ ଆଗକୁ ନେଇ ଦଳ ନିର୍ବାଚନରେ ସଫଳତା ପାଇବାକୁ ଯୋଜନା ରଖିଛି।

ଏପରିକି ଚଳିତ ନିର୍ବାଚନ ପାଇଁ ବିଜେପି ମଧ୍ୟପ୍ରଦେଶରେ ଡବଲ ଇଞ୍ଜିନ ସରକାର ସହ ଏକ ନୂଆ ଥିମକୁ ଯୋଡ଼ିଛି। ଏମପି କେ ମନ ମେ ମୋଦି ଓ ମୋଦି କେ ମନ ମେ ଏମପି ଥିମକୁ ଦଳ ପ୍ରଚାର ପ୍ରସାର କରିବ ବୋଲି ଯୋଜନା କରିଛି।

ଏମପି ଗସ୍ତ ସହ ମୋଦି ଆସନ୍ତାକାଲି ଛତିଶଗଡ଼ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ରାୟଗଡ଼ ଜିଲ୍ଲାରେ ମୋଦି କୋଡାତରାଇରେ ବଡ଼ ସାଧାରଣ ସଭାରେ ଉଦବୋଧନ ଦେବେ।

ପ୍ରଧାନମନ୍ତ୍ରୀ ସେଠାରେ ଏକ ରୋଡ଼ ଶୋ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି। ତେଣୁ ଉଭୟ ରାଜ୍ୟରେ ବିଧାନସଭା ନିର୍ବାଚନ ଆସନ୍ନ ଥିବାରୁ ମୋଦିଙ୍କ ଗସ୍ତ ରାଜନୀତିକୁ ଚଳଚଂଚଳ କରିଛି।

Leave A Reply

Your email address will not be published.