Latest Odisha News

BREAKING NEWS

ଲାଲଗଡରେ ପଇଁତରା ମାରୁଛି ବାୟୁସେନାର ଲଢ଼ୁଆ ବିମାନ

ମାଲକାନଗିରି: ଲାଲଗଡରେ ପଇଁତରା ମାରୁଛି ବାୟୁସେନାର ଲଢ଼ୁଆ ବିମାନ । ଆଜି ହଠାତ୍ ଦୁଇଟି ଚପର ସ୍ୱାଭିମାନ ଅଂଚଳ ଆକାଶରେ ଚକର କାଟିବା ଦେଖି ଆଶ୍ଚଯ୍ୟ ହୋଇଯାଇଥିଲେ ସ୍ଥାନୀୟ ଲୋକେ । ଗୋଟିଏ ହେଲିକପ୍ଟର ଗୁରାସେତୁ ବିଏସଏଫ କ୍ୟାମ୍ପରେ ଅବତରଣ କରିଥିବା ବେଳେ ଅନ୍ୟଟି ଜଙ୍ଗଲ ଉପରେ ପଇଁତରା ମାରିଥିଲା ।

ଆସନ୍ତାକାଲି ମାଲାକାନାଗିରି ଜିଲ୍ଲା ସ୍ବାଭିମାନ ଅଞ୍ଚଳକୁ ପୁଲିସ ଡିଜି ଅଭୟଙ୍କ ଗସ୍ତ କାର୍ଯ୍ୟକ୍ରମ ରହିଛି। ଏ ନେଇ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବା ପାଇଁ ଆଜି ବାୟୁସେନାର ଏକ ଚପର ପଇଁତରା ମାରିଥିବା ଜଣାପଡ଼ିଛି। ଏହା ସହ ବିଏସଏଫ, ଏସଓଜି ଓ ଡିଭିଏଫ ଯବାନ ସ୍ବାଭିମାନ ଅଞ୍ଚଳକୁ ଘେରି ରହିଥିବା ବେଳେ ସର୍ଚ୍ଚ ଅପରେସନକୁ ଜୋରଦାର କରୁଛନ୍ତି।

ଗୋରା ସେତୁ ଅଞ୍ଚଳକୁ ପରିଦର୍ଶନ ପାଇଁ ପୁଲିସ ଡିଜି ଅଭୟ ପହଞ୍ଚିବା ସହ ଆଗାମୀ ନକ୍ସଲ ଦମନ ନେଇ ବ୍ଲି ପ୍ରିଣ୍ଟ ପ୍ରସ୍ତୁତ କରିବେ । ପୁଲିସ ଡିଜି ମାଲକାନଗିରି ପୁଲିସ ଓ ବିଏସଏଫ କର୍ତ୍ତୃପକ୍ଷ ସହ ନକ୍ସଲ ଦମନ ନେଇ ବିସ୍ତୃତ ଆଲୋଚନା କରିବେ ବୋଲି ଜଣାପଡ଼ିଛି।

Leave A Reply

Your email address will not be published.