Latest Odisha News

ଜୀବନ ପ୍ରଦୀପ ଦାସଙ୍କ ଅଡିଓ ଭାଇରାଲ ପ୍ରସଙ୍ଗ: ଜୋର ଧରିଲା ରାଜନୀତି

ଭୁବନେଶ୍ୱର: ଜୀବନ ପ୍ରଦୀପ ଦାସଙ୍କ ଅଡିଓ ଭାଇରାଲ ପ୍ରସଙ୍ଗରେ ବିଜେପି ଓ ବିଜେଡିକୁ ଟାର୍ଗେଟ୍ କରିଛି କଂଗ୍ରେସ । ବିଜେପି-ବିଜେଡି ଗୋଟିଏ ଦଳ ବୋଲି ଯେଉଁ ଅଭିଯୋଗ କଂଗ୍ରେସ କରୁଥିଲା ତାହା ଜୀବନଙ୍କ ଅଡିଓ ଟେପ୍ ପ୍ରମାଣିତ କରିଛି । ଚିଟଫଣ୍ଡ ସ୍କାମ୍ ଭଳି ବିଭିନ୍ନ ଦୁର୍ନୀତିରେ ସୁରକ୍ଷା ପାଇଁ ଉଭୟ ଏକାଠି ହୋଇଛନ୍ତି । ଏଭଳି ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ।

BjdElectrycity

ଅନ୍ୟପଟେ ବିଜେପି କହିଛି ଏଭଳି ମନ୍ତବ୍ୟ ଜଣେ ବରିଷ୍ଠ ନେତାଙ୍କ ମୁହଁରେ ଶୋଭା ପାଉନି । ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି । ଶସ୍ତା ମନ୍ତବ୍ୟ ଦେଇ ସେ ନିଜର ବିଶ୍ୱସନୀୟତା ହରାଇଛନ୍ତି । କଂଗ୍ରେସ ନିଜର ସ୍ଥିତି ଜାହିର କରିବାକୁ ଏଭଳି କହୁଛି ।

ବିଜେଡି କହିଛି ବାଲେଶ୍ୱରରେ ଦଳୀୟ ପ୍ରାର୍ଥୀ ହେବାକୁ ଜୀବନ ପ୍ରଦୀପ ଆଶାୟୀ ଥିଲେ । ଟିକେଟ ନ ପାଇବାରୁ ସେ ଏଭଳି କହିଛନ୍ତି । ଯେତେବେଳେ ୨୦୧୯ରେ ସେ ଟିକେଟ୍ ପାଇ ବିଜେପି ବିରୋଧରେ ଲଢୁଥିଲେ ସେତେବେଳେ କାହିଁ ଏ କଥା କହୁ ନଥିଲେ ବୋଲି କହିଛନ୍ତି ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ ।

Leave A Reply

Your email address will not be published.