Latest Odisha News

BREAKING NEWS

ପଞ୍ଜାବର ମୋଗା ଜିଲ୍ଲାରେ ଘର ବାହାରେ କଂଗ୍ରେସ ନେତାଙ୍କୁ ଗୁଳି କରି ହତ୍ୟା, ନିଜକୁ ଦାୟୀ କଲା ଖଲିସ୍ତାନ ଆତଙ୍କୀ

ପଞ୍ଜାବ: ପଞ୍ଜାବର ମୋଗା ଜିଲ୍ଲାରେ ଅଭାବନୀୟ ଘଟଣା ଘଟିଛି  । କଂଗ୍ରେସ ନେତା ବଲଜିନ୍ଦର ସିଂଙ୍କୁ ଗୁଳି କରି ହତ୍ୟା କରାଯାଇଛି  । କିଛି ଅଜଣା ଆତଙ୍କବାଦୀ ବଲଜିନ୍ଦରଙ୍କ ଘର ବାହାରେ ତାଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ଏହି ପୂରା ଘଟଣା ବଲଜିନ୍ଦର ସିଂଙ୍କ ଘର ବାହାରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି। ସୂଚନା ମୂତାବକ ବଲଜିନ୍ଦର ସିଂ ନିଜ ଘରେ ହେୟାର କଟ୍ କରୁଥିବା ବେଳେ ତାଙ୍କୁ ଏକ ଅଜଣା କଲ୍ ଆସିଥିଲା  । ଜଣେ ବ୍ୟକ୍ତି କିଛି କାଗଜରେ ବଲଜିନ୍ଦରଙ୍କ ଦସ୍ତଖତର ଆବଶ୍ୟକତା ଥିବା କହିଥିଲେ । ପରେ ବଲଜିନ୍ଦର ଯେତେବେଳେ ଘର ବାହାରକୁ ଆସିଥିଲେ ।

ସେତେବେଳେ ବାଇକରେ ଆସିଥିବା ଦୁଇ ଜଣ ଅଜଣା ବ୍ୟକ୍ତି ତାଙ୍କ ଉପରକୁ ଅତର୍କିତ ଭାବେ ଗୁଳି ଚଳାଇଥିଲେ । ପରିବାର ଲୋକେ ତୁରନ୍ତ ତାଙ୍କୁ ହସ୍ପିଟାଲ ନେଇଥିବା ବେଳେ ସେଠାରେ ତାଙ୍କ ମୃତ୍ୟୁ ହୋଇଥିଲା। ଯାହାର ପୁରା ଦୃଶ୍ୟ ତାଙ୍କ ଘର ବାହାରେ ଲାଗିଥିବା ସିସି ଟିଭିରେ କଏଦ ହୋଇଛି । ବଲଜିନ୍ଦର ସିଂ ହତ୍ୟାର କିଛି ସମୟ ପରେ କାନାଡ଼ାରେ ଥିବା ଖଲିସ୍ତାନୀ ଆତଙ୍କୀ ଅର୍ଶ ଡାଲା ଫେସବୁକ୍‌ରେ ପୋଷ୍ଟ କରି ଏହି ହତ୍ୟାକାଣ୍ଡ ପଛରେ ନିଜର ହାତ ଥିବା କହିଛି। ବଲଜିନ୍ଦର ସିଂ ଡାଲା ଗାଁ ବାସିନ୍ଦା ହୋଇଥିବା ବେଳେ ସେ ଅଜିତୱାଲା ବ୍ଲକ ଅଧ୍ୟକ୍ଷ ।  ଏହି ଘଟଣା ପରେ ଉତ୍ତେଜନା ଆଶଙ୍କାରେ ସ୍ଥାନୀୟ ଅଞ୍ଚଳରେ ହାଇ ଆଲର୍ଟ ଜାରି କରାଯାଇଛି।

 

Leave A Reply

Your email address will not be published.