Latest Odisha News

ରାୟଗଡା ରେଳ ଷ୍ଟେସନରୁ ଉଦ୍ଧାର ହେଲେ ୨୭ ଦାଦନ ଶ୍ରମିକ

ରାୟଗଡା: ରାୟଗଡା ପୋଲିସ ଓ ଜିଆରପି ମିଳିତ ଉଦ୍ୟମରେ ରେଳଷ୍ଟେସନରୁ ୨୭ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି।

ସମସ୍ତ ଶ୍ରମିକ ମାନଙ୍କ ଘର ରାୟଗଡା ଜିଲ୍ଲାରେ ବୋଲି ଜଣାପଡ଼ିଛି । ଏଥିସହିତ ସେମାନଙ୍କ ମଧ୍ୟରେ ୧୮ ଜଣ ମହିଳା ରହିଥିବା ନେଇ ସୂଚନା ମିଳିଛି ।

ମିଳିଥିବା ସୂଚନାନୁଯାୟୀ ଶ୍ରମିକମାନଙ୍କୁ କାମ ଯୋଗାଇ ଦେବାର ପ୍ରଲୋଭନ ଦେଖାଇ ଆନ୍ଧ୍ରପ୍ରଦେଶ ଚାଲାଣ କରାଯାଉଥିବା ନେଇ ଅଭିଯୋଗ ହେଉଛି। ପରେ ଏହି ଘଟଣାରେ ପୋଲିସ କିଛି ବ୍ୟକ୍ତିଙ୍କୁ ଅଟକ ରଖିଥିବା ନେଇ ସୁତ୍ରରୁ ପ୍ରକାଶ ।

ତେବେ ଉଦ୍ଧାର ହୋଇଥିବା ସମସ୍ତ ଶ୍ରମିକଙ୍କୁ ଶ୍ରମ ବିଭାଗକୁ ହସ୍ତାନ୍ତର କରାଯାଇଥିବା ନେଇ ପୋଲିସ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.