Latest Odisha News

BREAKING NEWS

ଆରମ୍ଭ ହେଲା ସ୍ୱତନ୍ତ୍ର ଓଜେଇଇ ପରୀକ୍ଷା

ଭୁବନେଶ୍ୱର : ସ୍ୱତନ୍ତ୍ର ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ପରୀକ୍ଷା ରବିବାର ଦିନ ସାରା ରାଜ୍ୟରେ ଅନୁଷ୍ଠିତ ହୋଇଛି ।

ସ୍ୱତନ୍ତ୍ର ଓଜେଇଇ ପରୀକ୍ଷା ରାଜ୍ୟର ୨୦ଟି ସହରରେ ପ୍ରାୟ ୩୧ଟି ପରୀକ୍ଷା କେନ୍ଦ୍ରରେ ଆୟୋଜିତ ହେଉଛି । ଇଞ୍ଜିନିୟରିଂ କଲେଜରେ ବଳକା ସିଟ୍ ପୂରଣ ଲାଗି ଏହି ପରୀକ୍ଷା ହେଉଥିବାବେଳେ ପାଖାପାଖି ୧୭ ହଜାର ୬୭୯ ଜଣ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି।

ପ୍ରାପ୍ତ ସୂଚନାନୁଯାୟୀ ଏହି ପରୀକ୍ଷା ୨ଟି ସିଟିଂରେ ଅନୁଷ୍ଠିତ ହେଉଛି। ପ୍ରଥମ ସିଟିଂରେ ସକାଳ ୯ ଟା୩୦ମି.ରୁ ୧୦ଟା ୩୦ମି.। ୨ୟ ସିଟିଂ ମଧ୍ୟାହ୍ନ ୧୨ ଟାରୁ ଦିନ ୧ଟା ଯାଏଁ ଅନୁଷ୍ଠିତ ହେବ।

ତେବେ ଜୁଲାଇ ୨୫ ତାରିଖରେ ଏହାର ରେଜଲ୍ଟ ପ୍ରକାଶ ପାଇବ । ପରେ ଜୁଲାଇ ୨୫ରୁ ୨୭ ତାରିଖ ମଧ୍ୟରେ ଚଏସ୍ ଫିଲିଂ ହେବାକୁ ଥିବାବେଳେ ଜୁଲାଇ ୩୦ ତାରିଖରେ ଛାତ୍ରଛାତ୍ରୀଙ୍କୁ ସିଟ୍ ଆବଣ୍ଟନ କରାଯିବ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.