Latest Odisha News

BREAKING NEWS

ରାଜ୍ୟରେ ୨୦ ବର୍ଷରେ ୩ ଗୁଣ ବଢ଼ିଛି କ୍ଷୀର ଉତ୍ପାଦନ ଓ ମାଂସ ୬ ଗୁଣ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟରେ ଦୀର୍ଘ ୨୦ ବର୍ଷରେ କ୍ଷୀର, ଅଣ୍ଡା ଓ ମାଂସ ଉତ୍ପାଦନ ବଢ଼ିଛି। ବିଶ୍ୱ ପ୍ରାଣୀ ଦିବସ ଅବସରରେ ଲୋକସେବା ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ସୂଚନା ଦେଇଛନ୍ତି ମତ୍ସ୍ୟ ଏବଂ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ। କ୍ଷୀର ଓ ଅଣ୍ଡା ଉତ୍ପାଦନ ୩ ଗୁଣ ବୃଦ୍ଧି ପାଇଥିବା ବେଳେ ମାଂସ ଉତ୍ପାଦନ ୬ ଗୁଣ ବୃଦ୍ଧି ପାଇଛି ବୋଲି ମନ୍ତ୍ରୀ ସୂଚନା ଦେଇ କହିଛନ୍ତି।

ମନ୍ତ୍ରୀ ହିସାବ ଦେଇ କହିଛନ୍ତି ଯେ ୨୦୦୦ ମସିହାର କ୍ଷୀର ଉତ୍ପାଦନ ୮.୭୫ ଲକ୍ଷ ମେଟ୍ରିକ ଟନ ଥିବା ବେଳେ ୨୦୨୧ରେ ଏହା ବଢ଼ି ୨୩.୭୩ ଲକ୍ଷ ମେଟ୍ରିକ ଟନ୍‌ରେ ହୋଇଛି। ସେହିପରି ଉକ୍ତ ଅବଧି ମଧ୍ୟରେ ମାଂସ ଉତ୍ପାଦନରେ ୩୮.୩୮ ହଜାର ମେଟ୍ରିକ ଟନରୁ ବୃଦ୍ଧି ପାଇଁ ୨୧୩.୦୯ ହଜାର ମେଟ୍ରିକ ଟନ ହୋଇଛି। ଅଣ୍ଡାରେ ଉତ୍ପାଦନ ବୃଦ୍ଧି ପାଇ ୭୩୦୧.୦୪ ଲକ୍ଷରୁ ୨୪୨୪୨.୬୭ ଲକ୍ଷରେ ପହଞ୍ଚିଛି।

Improving milk production with yeast - All About Feed

ସେହିପରି ରାଜ୍ୟରେ ପ୍ରାଣୀ ଚିକିତ୍ସା ଓ ଚାଷୀଙ୍କ ସମସ୍ୟାର ନିରାକରଣ ପାଇଁ ଥିବା ସୁବିଧା ବିଷୟରେ ବି ସୂଚନା ଦେଇଛନ୍ତି ମନ୍ତ୍ରୀ। ସୂଚନା ଅନୁସାରେ, ରାଜ୍ୟରେ ୫୪୧ ପ୍ରାଣୀ ଚିକିତ୍ସାଳୟ ଓ ୩୨୩୯ ପ୍ରାଣୀ ସମ୍ପଦ ସହାୟକ କେନ୍ଦ୍ର ରହିଛି। ଏହି ସହାୟକ କେନ୍ଦ୍ର କୃଷକ, ଉଦ୍ୟୋଗୀ ଓ ପ୍ରାଣୀ ପାଳକମାନଙ୍କୁ ପ୍ରାଣୀ ସ୍ୱାସ୍ଥ୍ୟସେବା, ପ୍ରଜନନ ଏବଂ ପରାମର୍ଶ ସେବା ଯୋଗାଇ ଦିଆଯାଉଛି ବୋଲି ମନ୍ତ୍ରୀ କହିଛନ୍ତି।

ସେହିପରି ଚାଷୀଙ୍କ ଘରେ ପ୍ରାଣୀ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ରାଜ୍ୟରେ ୩୧୪ ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ୟୁନିଟ ରହିଛି। ପ୍ରାଣୀଙ୍କ ରକ୍ତ, ମୂତ୍ର ଆଦି ନମୁନା ପରୀକ୍ଷଣ ମାଧ୍ୟମରେ ରୋଗ ନିୟନ୍ତ୍ରଣ ପାଇଁ ରାଜ୍ୟ, ଆଞ୍ଚଳିକ ଏବଂ ଜିଲ୍ଲାସ୍ତରରେ ରୋଗ ନିରୂପଣ ପରୀକ୍ଷାଗାର କାର୍ଯ୍ୟ କରୁଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

Uttar Pradesh tops in milk production in India

ଗତକାଲି ବିଶ୍ୱ ପ୍ରାଣୀ ଦିବସ ଅବସରରେ ରାଜ୍ୟସ୍ତରରେ ଭୁବନେଶ୍ୱରର ଷ୍ଟିୱାର୍ଟ ସ୍କୁଲ ଛକରୁ ଭେଟେରିନାରି କଲେଜ ଫାଟକ ପର୍ଯ୍ୟନ୍ତ ରାଲିର ଆୟୋଜନ ହୋଇଥିଲା। ଏଥିରେ ପ୍ରାଣୀ ଚିକିତ୍ସା ସମ୍ବନ୍ଧୀୟ ଲୋକଙ୍କୁ ସଚେତନ କରାଯାଇଥିଲା। ଏନସିସି ତରଫରୁ ଅଶ୍ୱାରୋହୀ ଶୋଭାଯାତ୍ରା ରାଲିର ଆଗରେ ଚାଲିଥିଲେ।

ରାଲି ପରେ ଭେଟେରିନାରି କଲେଜ ପଡ଼ିଆରେ ଆୟୋଜିତ ଗୃହପାଳିତ ପ୍ରାଣୀ ଶୋ’ରେ ବହୁ ପ୍ରତିଷ୍ଠିତ ବ୍ୟକ୍ତି ଯୋଦ ଦେଇଥିଲେ। ବିଧାୟକ ଅନନ୍ତ ଜେନା, ମତ୍ସ୍ୟ ପ୍ରାଣୀ ସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ସୁରେଶ ବଶିଷ୍ଠ, ବିଏମ୍‌ସି ମେୟର ସୁଲୋଚନା ଦାସ, ପ୍ରାଣୀ ପାଳନ ଓ ପ୍ରାଣୀ ଚିକିତ୍ସା ନିର୍ଦ୍ଦେଶକ ଡ. ୟେଦୁଲା ବିଜୟ, ଓୟୁଏଟି କୁଳପତି ପ୍ରଭାତ ରାଉଳ, ଭେଟେରିନାରି କଲେଜ ଡିନ୍‌, ଚଳଚ୍ଚିତ୍ର ଅଭିନେତା ସିଦ୍ଧାନ୍ତ, ମାମା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

feed prices: Eggs, meat dearer as feed prices rise - The Economic Times

Leave A Reply

Your email address will not be published.