Latest Odisha News

BREAKING NEWS

ପ୍ରଧାନମନ୍ତ୍ରୀ ଲେଖିଥିବା ମିଲେଟ ଗୀତ ଗ୍ରାମୀ ପୁରସ୍କାର ପାଇଁ ମନୋନୀତ

ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲେଖିଥିବା ଗୀତ ‘ଏମ୍ବେଡେନ୍ସ ଇନ ମିଲେଟ୍ସ’ କୁ ବେଷ୍ଟ ଗ୍ଲୋବାଲ ମ୍ୟୁଜିକ କାଟେଗୋରିରେ ଗ୍ରାମୀ ପୁରସ୍କାର ପାଇଁ ମନୋନୀତ ହୋଇଛି ।   ଗାୟକ ଫାଲଗୁନି ଶାହ ଏବଂ ଗୌରବ ଶାହଙ୍କ ଗୀତରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭାଷଣର କିଛି ଅଂଶ ବି ରହିଛି । ଏହି ଗୀତରେ ବାଜରା ଚାଷ ଏବଂ ଏହାର ଫାଇଦା ବିଷୟରେ କୁହାଯାଇଛି । ଯାହା ବି ହେଉ,ପ୍ରଥମ ଥର ପାଇଁ ଜଣେ ରାଜନେତା ବିଶ୍ୱର ଏକ ସମ୍ମାନଜନକ ଗ୍ରାମୀ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି । 

ସୂଚନାଥାଉ କି, ପ୍ରଧାନମନନ୍ତ୍ରୀ ମୋଦି ଦିଲ୍ଲୀର ଏକ କାର୍ଯ୍ୟକ୍ରମରେ ସମ୍ବୋଧନ କରୁଥିବାବେଳେ କହିଥିଲେ, ମୋତେ ବହୁତ ଖୁସି ଲାଗୁଛି, ଆଜି ସାରା ଦୁନିଆ ଆନ୍ତର୍ଜାତୀୟ ବାଜରା ବର୍ଷ ପାଳନ କରୁଛନ୍ତି । ଭାରତ ଏହି ଅଭିଯାନର ନେତୃତ୍ୱ ନେଉଛି । ସେ ଏକଥା ବି କହିଛନ୍ତି, ଚାଷୀ ଏବଂ ଜନତାଙ୍କ ପ୍ରୟାସରେ ଶ୍ରୀ ଅନ୍ନ ଯୋଜନା ଭାରତ ଏବଂ ବିଶ୍ୱର ସମୃଦ୍ଧିରେ ଏକ ନୂଆ ଇତିହାସ ଯୋଡିଛି ।

ପ୍ରଧାନମନ୍ତ୍ରୀଙ୍କ ଭାଷଣର ଏହି ଅଂଶକୁ ଫାଲଗୁନି ଶାହ ଏବଂ ଗୌରବ ଶାହ ଗୀତରେ ସାମିଲ କରିଛନ୍ତି । ମିଳିଥିବା ସୂଚନା ଅନୁସାରେ, ବେଷ୍ଟ ଗ୍ଲୋବାଲ ମ୍ୟୁଜିକ ପରଫରମାନ୍ସ କାଟେଗୋରିରେ ଅନ୍ୟ ୬ଟି ଗୀତକୁ ମଧ୍ୟ ନୋମିନେଟ କରାଯାଇଛି ।

 

Leave A Reply

Your email address will not be published.