Latest Odisha News

BREAKING NEWS

ଟାଙ୍ଗିରିଆପାଳ-ଟମକା ରେଳ ଷ୍ଟେସନ୍ ଦୋହରୀକରଣ କାର୍ଯ୍ୟକ୍ଷମ ସମ୍ପୂର୍ଣ୍ଣ, ୧୮୦ କିମିରୁ ୧୬୫.୫ କିମି ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ

ଭୁବନେଶ୍ଵର: ଶେଷ ହେଲା ନିର୍ମାଣଧିନ ଜଟିଳ ଯଖପୁରା-ଜାରୋଲି ଦୋହରୀକରଣ ପ୍ରକଳ୍ପର ଟାଙ୍ଗିରିଆପାଳ-ଟମକା ରେଳ ଷ୍ଟେସନ୍ ମଧ୍ୟରେ ୧୦.୫୦୬ କିମି ଦୈର୍ଘ୍ୟ ରେଳ ଲାଇନ ନିର୍ମାଣ ସମ୍ପୂର୍ଣ୍ଣ ପରେ କାର୍ଯ୍ୟକ୍ଷମ କରାଯାଇଛି |

ଗତକାଲି କୋଲକାତାର ଦକ୍ଷିଣ ପୂର୍ବ ସର୍କଲ ରେଳ ନିରାପତ୍ତା ଆୟୁକ୍ତ ଏହି ରେଳ ସେକ୍ସନକୁ ନୀରିକ୍ଷଣ କରିଥିଲେ | ନୀରିକ୍ଷଣ ସମୟରେ ସମସ୍ତ ନିରାପତ୍ତା ଦିଗଗୁଡିକ ପୁଙ୍ଖାନୁପୁଙ୍ଖ ଭାବେ ଯାଞ୍ଚ କରାଯାଇଥିଲା ଏବଂ ଟ୍ରେନ୍ ଯାତାୟାତର ସମ୍ଭାବ୍ୟତା ମାପିବା ପାଇଁ ଏକ ସ୍ପିଡ୍ ଟ୍ରାଏଲ୍ ମଧ୍ୟ କରାଯାଇଥିଲା |

ପୂର୍ବ ତଟ ରେଳପଥର ଖୋର୍ଦ୍ଧା ରୋଡ୍ ରେଳ ମଣ୍ଡଳ ଅନ୍ତର୍ଗତ ଯଖପୁରା-ଜାରୋଲି ଦୋହରୀକରଣ ପ୍ରକଳ୍ପ ପାଇଁ ନିର୍ମାଣ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲୁରହିଅଛି | ଏହି ପ୍ରକଳ୍ପ ପାଇଁ ୯୯% ରୁ ଅଧିକ ନିର୍ମାଣ କାର୍ଯ୍ୟ ମଧ୍ୟ ସମାପ୍ତ ହୋଇଛି |

ମାନ୍ୟବର ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଦ୍ୱାରା ଓଡ଼ିଶାରେ ନିର୍ମାଣାଧୀନ ପ୍ରକଳ୍ପ କାର୍ଯ୍ୟର ନିରନ୍ତର ସମୀକ୍ଷା ଯୋଗୁଁ ଏହା ସମ୍ଭବ ହୋଇଛି | ଓଡ଼ିଶାରେ ଚାଲିଥିବା ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ସହିତ ଶ୍ରୀ ବୈଷ୍ଣବ ଏହି ଅଞ୍ଚଳର ରେଳ ଭିତ୍ତିଭୂମି ବିକାଶକୁ ପ୍ରାଥମିକତା ଦେଉଛନ୍ତି ଏବଂ ବିକାଶମୂଳକ କାର୍ଯ୍ୟ ଉପରେ ମଧ୍ୟ ନଜର ରଖିଛନ୍ତି | ଯଖପୁରା-ଜାରୋଲି ଦୋହରୀକରଣ କାର୍ଯ୍ୟ ଏହି ଅଞ୍ଚଳର ଅର୍ଥନୀତିକୁ ବୃଦ୍ଧି କରିବ ଏବଂ ଓଡିଶାର ଲୁହାପଥର ଖଣି ଅଞ୍ଚଳ ଦେଇ ଉଭୟ ହାଓଡ଼ା-ଚେନ୍ନାଇ ଏବଂ ହାଓଡ଼ା-ମୁମ୍ବାଇ ମୁଖ୍ୟ ରେଳପଥ ମଧ୍ୟରେ ସହଜ ରେଳ ସଂଯୋଗ ସହିତ ଅସୁବିଧାଜନକ ଟ୍ରେନ୍ ଚଳାଚଳ ପ୍ରତିବନ୍ଧକକୁ ଏଡାଇଦିଆଯାଇ ପାରିବ |

ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ମନୋଜ ଶର୍ମା ରେଳପଥ ଅଧୀନରେ ଚାଲୁରହିଥିବା ବିଭିନ୍ନ ପ୍ରକଳ୍ପର ଶୀଘ୍ର ସମାପ୍ତି ଉପରେ ଧ୍ୟାନ ଦେବାକୁ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି | ଏହି ପ୍ରକଳ୍ପର ଶୀଘ୍ର ସମାପ୍ତି ପାଇଁ ରାଜ୍ୟ ସରକାରଙ୍କ ଅଧିକାରୀଙ୍କ ସମେତ ହିତାଧିକାରୀଙ୍କ ସହ ସମନ୍ୱୟ ରକ୍ଷା କରିବାକୁ ମଧ୍ୟ ଶ୍ରୀ ଶର୍ମା ଅଧିକାରୀମାନଙ୍କୁ ନିର୍ଦେଶ ଦେଇଛନ୍ତି |

Leave A Reply

Your email address will not be published.