Latest Odisha News

BREAKING NEWS

ଓଡ଼ିଶାରେ ଉଚ୍ଚ ଶିକ୍ଷାର ସ୍ଥିତି ସମୀକ୍ଷା କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଉଚ୍ଚଶିକ୍ଷା ବିଭାଗ ଅଧିକାରୀଙ୍କ ସହ ବୈଠକ କରିଛନ୍ତି । ରାଜ୍ୟରେ ଉଚ୍ଚଶିକ୍ଷାର ସ୍ଥିତି ସମୀକ୍ଷା କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ । ନୂଆ ମନ୍ତ୍ରୀ ଭାବରେ ଦାୟିତ୍ୱ ନେବା ପରେ ଏହା ତାଙ୍କର ପ୍ରଥମ ଓଡ଼ିଶା ଗସ୍ତ । ଆଜିର ବୈଠକରେ ଉଚ୍ଚ ଶିକ୍ଷା ବିଭାଗର ବିଭିନ୍ନ ପ୍ରକଳ୍ପର କାର୍ୟ୍ୟକାରିତା ଓ ରୁସା ପ୍ରକଳ୍ପରେ ଆସିଥିବା ଅର୍ଥର ବିନିଯୋଗ ଉପରେ ଆଲୋଚନା ହୋଇଛି ।

ବୈଠକ ପରେ ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ର କହିଛନ୍ତି, ରୁସା ୧ ଓ ରୁସା ୨ର ବକେୟା ଅର୍ଥ ଓଡ଼ିଶାକୁ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଖୁବଶୀଘର୍ ରୁସା ୩ ଆରମ୍ଭ ହେବ । ଏହାଦ୍ୱାରା ରାଜ୍ୟଗୁଡ଼ିକ ଉଚ୍ଚଶିକ୍ଷା କ୍ଷେତ୍ରରେ କେନ୍ଦ୍ରରୁ ଅଧିକ ଅର୍ଥ ପାଇପାରିବେ ।

କୋଭିଡ୍ ପାଇଁ ଦୁଇ ଦୁଇଟି ଶିକ୍ଷାବର୍ଷ ପ୍ରଭାବିତ ହୋଇଛ । ଅଂଶୀଦାରଙ୍କ ସହ ଆଲୋଚନା କରି ଟିକାକରଣ ପ୍ରକ୍ରିୟା ଶେଷ କରିବା ସହ ପାଠପଢ଼ା ଆରମ୍ଭ କରିବା ଉପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ।

ଆଜିର ବୈଠକରେ ଜାତୀୟ ଶିକ୍ଷା ନୀତି ଉପରେ ବି ଆଲୋଚନା ହୋଇଥିଲା । ଏହାପରେ ଗଣଶିକ୍ଷା ବିଭାଗର ସମୀକ୍ଷା କରିବେ । ପରେ କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନର ବରିଷ୍ଠ ଅଧିକାରୀଙ୍କ ସହ ଭିଡିଓ କନଫରେନ୍ସିଂରେ ସମୀକ୍ଷା କରିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

Leave A Reply

Your email address will not be published.