Latest Odisha News

ରାଜଧାନୀରେ ପ୍ରବଳ ବର୍ଷା; ଟ୍ରାଫିକ୍‌ ଜାମ୍‌

ନୂଆଦିଲ୍ଲୀ: ରାଜଧାନୀରେ ପ୍ରବଳ ବର୍ଷା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଶୁକ୍ରବାର ରାତିରୁ ରାଜଧାନୀ ଦିଲ୍ଲୀ ଏବଂ ଏନସିଆରରେ ପ୍ରବଳ ବର୍ଷା ହେତୁ ବିଭିନ୍ନ ଅଞ୍ଚଳରେ ଜଳସ୍ତର ବଢିବାରେ ଲାଗିଛି। ଯାହା ଫଳରେ ଟ୍ରାଫିକ୍‌ ସମସ୍ୟା ଦେଖାଦେଇଛି। ଗାଡିଗୁଡ଼ିକର ଲମ୍ବା ଲାଇନ ଲାଗିଛି।

ଭୀଷଣ ବର୍ଷା ଯୋଗୁ ବିଭିନ୍ନ ଅଞ୍ଚଳରେ ଟ୍ରାଫିକ୍‌ ଜାମ୍‌ ଭଳି ପରିସ୍ଥିତି ଉପୁଜିଛି। ସାଧାରଣ ଲୋକେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଜଳସ୍ତରରେ ବୃଦ୍ଧି ଯୋଗୁଁ ଦିଲ୍ଲୀ ଟ୍ରାଫିକ ପୋଲିସ ଅନେକ ଅଣ୍ଡରପାସ୍ ବନ୍ଦ କରିଦେଇଛି ଏବଂ ଯାତ୍ରୀମାନଙ୍କୁ ଉକ୍ତ ମାର୍ଗରୁ ଦୂରେଇ ରହିବାକୁ ସୂଚନା ଦେଇଛି।

ଦିଲ୍ଲୀର ସଫଦରଜଙ୍ଗ ଶୁକ୍ରବାର ଦିନ ୨.୩୦ ରୁ ଶନିବାର ସକାଳ ୫.୩୦ପର୍ଯ୍ୟନ୍ତ ୭୩.୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।

ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ, ଆସନ୍ତା କିଛି ଘଣ୍ଟା ମଧ୍ୟରେ ଦିଲ୍ଲୀ-ଏନସିଆର, ଫରିଦାବାଦ, ଗାଜିଆବାଦ, ଇନ୍ଦିରାପୁରାମ ଏବଂ ଏହାର ଆଖପାଖ ଅଞ୍ଚଳରେ ମଧ୍ୟମରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

Leave A Reply

Your email address will not be published.