Latest Odisha News

ମକର ସଂକ୍ରାନ୍ତିରେ ବିଶ୍ବବ୍ୟାପୀ ଆୟୋଜିତ ହେବ ସୂର୍ଯ୍ୟ ନମସ୍କାର

ଭୁବନେଶ୍ବର : ମକର ସଂକ୍ରାନ୍ତି ଅବସରରେ ବିଶ୍ବବ୍ୟାପୀ ଆୟୋଜିତ ହେବ ସୂର୍ଯ୍ୟ ନମସ୍କାର । ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ୭୫ ଲକ୍ଷ ଲୋକ ସାମିଲ ହେବେ ।

ଏହି ଦିନ ସୂର୍ଯ୍ୟଙ୍କ ଉତ୍ତରାୟଣ ଗତି ଆରମ୍ଭ ହୋଇଥାଏ । ଉତ୍ତମ ସ୍ବାସ୍ଥ୍ୟ, ଧନ ଓ ସୁଖମୟ ଜୀବନ ପାଇଁ ପ୍ରକୃତି ମାତାଙ୍କୁ ଏହି ଦିନ ଧନ୍ୟବାଦ ଅର୍ପଣ କରାଯାଇଥାଏ । ପ୍ରକୃତିର ସମସ୍ତ ଜୀବନ୍ତ ପଦାର୍ଥ ଏବଂ ପ୍ରାଣୀ ଜଗତ ଉପରେ ସୂର୍ଯ୍ୟଙ୍କ କିରଣ ପ୍ରାଣବନ୍ତ କରୁଥିବାରୁ ସୂର୍ଯ୍ୟ ନମସ୍କାର ମାଧ୍ୟମରେ ସୂର୍ଯ୍ୟଙ୍କୁ କୃତଜ୍ଞତା ପ୍ରକାଶ କରାଯାଏ । ସୂର୍ଯ୍ୟ ସମସ୍ତ ଶକ୍ତିର ମୌଳିକ ଉତ୍ସ ହୋଇଥିବାରୁ ଜଟିଳ ଖାଦ୍ୟ ଶୃଙ୍ଖଳର ପରିଚାଳନା ସହିତ ଶରୀର ଓ ମନକୁ ଶକ୍ତି ଯୋଗାଇଥାଏ । ଶରୀରରେ ସୂର୍ଯ୍ୟ କିରଣ ପଡ଼ିଲେ ଭିଟାମିନ୍ ଡି’ ସୃଷ୍ଟି ହୋଇଥାଏ । ବିଶ୍ବବ୍ୟାପୀ ସମସ୍ତ ଚିକିତ୍ସା ଶାସ୍ତ୍ର ଓ ପଦ୍ଧତି ଏହାକୁ ସ୍ବୀକାର କରିଛି ।

ସେହିପରି ମକର ସଂକ୍ରାନ୍ତିର ଗୁରୁତ୍ବ ଆମର ସାଂସ୍କୃତିକ, ପରମ୍ପରା ଓ ଆଧ୍ୟାତ୍ମିକ ଜୀବନରେ ରହିଛି । ସୂର୍ଯ୍ୟ ନମସ୍କାରରେ ୮ଟି ଆସନକୁ ୧୨ଟି ପର୍ଯ୍ୟାୟରେ ସଂପୂର୍ଣ୍ଣ କରାଯାଇଥାଏ । ଏହାଦ୍ବାରା ଶରୀର ଓ ମନ ମଧ୍ୟରେ ସମନ୍ବୟ ସ୍ଥାପନ ହୋଇଥାଏ । ଏହାକୁ ପ୍ରତିଦିନ ସକାଳେ ଅଭ୍ୟାସ କରାଯିବ ଉଚିତ୍ ।

Leave A Reply

Your email address will not be published.