Latest Odisha News

BREAKING NEWS

ବାଲେଶ୍ୱରରେ ବନ୍ଦେ ଭାରତ ଟ୍ରେନ୍ ଉପରକୁ ପଥର ଫିଙ୍ଗି ନାବାଳକ ଗିରଫ

ବାଲେଶ୍ୱର: ପଥର ଫିଙ୍ଗି ବନ୍ଧା ହେଲେ ନାବାଳକ । ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ ଉପରକୁ ପଥର ଫିଙ୍ଗିବା ଅଭିଯୋଗରେ ଆରପିଏଫ୍ ଜଣେ ନାବାଳଙ୍କୁ ଗିରଫ କରିଛି । ପଥର ଫିଙ୍ଗିବା ପରେ ଆଉ ୨ ଜଣ ଯୁବକ ଖସି ପଳାଇବାରେ ସକ୍ଷମ ହୋଇଛନ୍ତି ।

ସୂଚନା ଅନୁସାରେ, ବାଲେଶ୍ୱରର ହରିପୁର ଲେବଲ୍ କ୍ରସିଂରେ ବନ୍ଦେ ଭାରତ ଏକ୍ସପ୍ରେସକୁ ପଥର ଫିଙ୍ଗିବା ନେଇ ରବିବାର ଖବର ପାଇଥିଲା ଆରପିଏଫ୍ । ତଦନ୍ତ ବେଳେ ପଥର ଫିଙ୍ଗିବାରେ ୩ ଜଣଙ୍କ ସମ୍ପୃକ୍ତି ମିଳିଥିଲା । ଷ୍ଟେସନ ନିକଟରେ ଲାଗିଥିବା ସିସିଟିଭିରେ ପଥର ଫିଙ୍ଗୁଥିବା ୩ ଜଣଙ୍କ ଚିତ୍ର କଏଦ ହୋଇଥିଲା ।

୩ ଜଣଙ୍କ ମଧ୍ୟରୁ ଜଣେ ନାବାଳକଙ୍କୁ ଆରପିଏଫ୍ ଗିରଫ କରିବାରେ ସକ୍ଷମ ହୋଇଛି । ଅନ୍ୟ ୨ ଜଣଙ୍କୁ ଧରିବା ଲାଗି ଆରପିଏଫ୍ ପ୍ରୟାସ କରୁଛି । ନିୟମିତ ବ୍ୟବଧ୍ୟାନରେ ୩ ଜଣ ବିଭିନ୍ନ ଟ୍ରେନ ଉପରକୁ ଢେଲା ମାଡ଼ କରୁଥିବା ଅଭିଯୋଗ ରହିଛି ।

Leave A Reply

Your email address will not be published.