ଜୟପୁର : ନାବାଳିକାଙ୍କ ମୃତଦେହ ଉଦ୍ଧାର। ଜୟପୁର ଜଗନ୍ନାଥ ସାଗରରୁ ନାବାଳିକାର ଶବକୁ ଉଦ୍ଧାର କରଛି ଟାଉନ ଥାନା ପୋଲିସ। ଆଜି ସକାଳୁ ଜୟନଗର ଧୋବା ତୁଠ ନିକଟରେ ଶବ ଭାଷୁଥିବା ଦେଖି କିଛି ଲୋକମାନେ ଟାଉନ ଥାନା ପୋଲିସକୁ ଖବର ଦେଇଥିଲେ । ନାବାଳିକା ଜଣକ ଗୌଡ ସାହି ସୁନାଧାର ନାୟକଙ୍କ ଝିଅ ବୋଲି ଜଣାପଡ଼ିଛି । ନାବାଳିକା ଜଣକ ଗତକାଲି ସନ୍ଧ୍ୟା ୬ ଟା ସମୟରେ ଦୋକାନକୁ ଯିବା କହି ନିଜ ଘରୁ ଯାଇଥିଲେ। ଆଉ ଘରକୁ ଫେରି ନଥିଲେ।ଆଜି ତାଙ୍କ ଶବ ଜଗନ୍ନାଥ ସାଗରରୁ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ତଦନ୍ତ ପରେ ନାବାଳିକା ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ଟାଉନ ଥାନା ଅଧିକାରୀ ସଞ୍ଜୟ କୁମାର ମଣ୍ଡଳ ସୂଚନା ଦେଇଛନ୍ତି ।
BREAKING NEWS
- ଲୋମହର୍ଷକ ଘଟଣା:ନିଜ ଜନ୍ମ କଲା ୨ ଶିଶୁ କନ୍ୟାଙ୍କୁ କୂଅରେ ପକାଇ ହତ୍ୟା କଲା ମା’
- ଏସଜେଏଫଆଇର ୫୦ତମ ବାର୍ଷିକ ସମ୍ମିଳନୀ ଉଦଘାଟିତ
- ହିଣ୍ଡାଲ୍କୋ ପକ୍ଷରୁ ଜାତୀୟ ମାନବାଧିକାର ସମ୍ମିଳନୀ ଆୟୋଜିତ; ଅଧିକାର-ଭିତ୍ତିକ ବିକାଶ ଏବଂ ନୈତିକ ଶାସନ ପରିଚାଳନା ପାଇଁ ଆହ୍ୱାନ
- ୬୨ କିଲୋରୁ ଅଧିକ ଗଞ୍ଜେଇ ସହ କାର-ବାଇକ ଜବତ, ୨ଗିରଫ
- OUSSSCର ପ୍ରଥମ ଅଧ୍ୟକ୍ଷ ହେଲେ ରଶ୍ମିରଞ୍ଜନ ସ୍ବାଇଁ
- Rajya Sabha Elections: ରାଜ୍ୟସଭା ନିର୍ବାଚନ ପାଇଁ ହ୍ୱିପ ଜାରି କଲା ବିଜେପି
- ‘ଓଡ଼ିଶାରେ ୨୮ଟି ଆକାଶବାଣୀ କେନ୍ଦ୍ର ଏବଂ ୨୪ ଘଣ୍ଟିଆ ଟିଭି ଚ୍ୟାନେଲ୍ ଡିଡି ଓଡ଼ିଆ କାର୍ଯ୍ୟ କରୁଛି’
- Menstrual leave:’ମହିଳାଙ୍କୁ କେହି ଚାକିରି ଦେବେ ନାହିଁ…’; ମାସିକ ଋତୁସ୍ରାବ ଛୁଟି ସମ୍ପର୍କିତ ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ
- ଆଇପିଏଲ ୨୦୨୬ ସିଜନରୁ ଓହରିଲେ ହର୍ଷିତ ରାଣା
- ଆଇପିଏଲ ପାଇଁ ପିଏସଏଲ ଛାଡିଲେ ବ୍ଲେସିଙ୍ଗ ମୁଜାରବାନୀ
Comments are closed.