Latest Odisha News

BREAKING NEWS

କୋଭିଡ୍ ପାଇଁ କେତେ ଖର୍ଚ୍ଚ ହୋଇଛି ? ବିଧାନସଭାରେ ହିସାବ ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର: କୋଭିଡ୍ ମୁକାବିଲାରେ ରାଜ୍ୟରେ କେତେ ଟଙ୍କା ଖର୍ଚ୍ଚ ହୋଇଛି । କେନ୍ଦ୍ର କେତେ ଟଙ୍କା ଦେଇଛି ? ରାଜ୍ୟ ସରକାର କେତେ ଖର୍ଚ୍ଚ କରିଛନ୍ତି ? ଆଜି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ବିଧାନସଭାରେ ହିସାବ ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ସେ କହିଛନ୍ତି, ୨୦୨୧ ଅଗଷ୍ଟ ସୁଦ୍ଧା କୋଭିଡ୍ ପାଇଁ  ୧ହଜାର ୪୦ କୋଟି ୧୯ ଲକ୍ଷ ୨୭ ହଜାର ୬୦୫ ଟଙ୍କା ଖର୍ଚ୍ଚ ହୋଇଛି ।

ଏଥିରୁ ୩୮ କୋଟି ୮୬ ଲକ୍ଷ ଟଙ୍କା ସହାୟତା ଦେଇଛନ୍ତି କେନ୍ଦ୍ର ସରକାର । ସେହିଭଳି କୋରାପସ୍ୱଙ୍କ ଜିଲ୍ଲାର ବିଧାୟକ ମାନଙ୍କ ପାଣ୍ଠିରୁ ମୋଟ ୭୭ ଲକ୍ଷ ୩୮ ହଜାର ୪୨୦ ଟଙ୍କା ସହାୟତା ଦିଆଯାଇଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ।

କୋଭିଡ୍ ମହାମାରୀ ମୁକାବିଲାରେ କେତେ ଖର୍ଚ୍ଚ ହୋଇଛି ଏପ୍ରଶ୍ନ ବି ସାଧାରଣ ଲୋକଙ୍କ ମନରେ ଆସିଥାଏ । ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଅଗଷ୍ଟ ସୁଦ୍ଧା ଖର୍ଚ୍ଚ ବାବାଦରେ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.