Latest Odisha News

BREAKING NEWS

ଶ୍ରୀମନ୍ଦିର ପରିସରରେ ଟିକଟକ ଭିଡିଓ; ସୋସିଆଲ ମିଡିଆରେ ଭାଇରାଲ

ପୁରୀ: ପୁଣି ଭାଇରାଲ ହେଲା ପୁରୀ ମନ୍ଦିର ପରିସରର ଚିତ୍ର । ଏଥର ଫଟୋ ନୁହେଁ ବରଂ ଏକ ଟିକଟକ ଭିଡ଼ିଓ ଜରିଆରେ ଭାଇରାଲ ହେଉଛି ଶ୍ରୀମନ୍ଦିର ପରିସରର ଚିତ୍ର ।

ଶ୍ରୀମନ୍ଦିର ପରିସରରେ ଥିବା ଭୋଗମଣ୍ଡପ ସାମ୍ନାରେ ଏହି ଟିକଟକ ଭିଡ଼ିଓଟି ରେକର୍ଡ଼ିଂ ହୋଇଥିବା ଏଥିରୁ ଜଣାପଡୁଛି । ଏହି ଭିଡ଼ିଓଟି ଜଣେ ଯୁବତୀ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଅପଲୋଡ଼ କରି ଲେଖିଛନ୍ତି ଯେ, “ଶ୍ରୀଜୀଉ ମାନଙ୍କ ଅବଢ଼ା(ପ୍ରସାଦ) ନିଆଯାଉଛି” ।

ଏସଂକ୍ରାନ୍ତରେ ଏପର୍ଯ୍ୟନ୍ତ କୋୖଣସି ମାମଲା ରୁଜୁ ହୋଇନାହିଁ ।

କିଛିଦିନ ତଳେ, ଜଣେ ଅଭିନେତ୍ରୀ ଆନନ୍ଦ ବଜାର ମଧ୍ୟରେ ଅବଢ଼ା ଖାଉଥିବା ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।

ସୂଚନାଯୋଗ୍ୟ, ଶ୍ରୀମନ୍ଦିର ମଧ୍ୟକୁ କ୍ୟାମେରା ଓ ମୋବାଇଲ ଫୋନର ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଯାଇଥିବା ସତ୍ତ୍ୱେ ମଧ୍ୟ ଏପରି ଘଟଣା ବାରମ୍ବାର ସାମ୍ନାକୁ ଆସିବା ମନ୍ଦିରର ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟିବକରୁଛି ।

Leave A Reply

Your email address will not be published.