Latest Odisha News

BREAKING NEWS

ଅନ୍‌ଲାଇନ୍ କ୍ଲାସ ବେଳେ ଫାଟିଗଲା ମୋବାଇଲ

ପୁରୀ: ପାଠ ପଢ଼ିଲା ବେଳେ ଫାଟିଗଲା ମୋବାଇଲ । ଅନ୍‌ଲାଇନ୍ କ୍ଲାସ ଚାଲିଥିବା ବେଳେ ମୋବାଇଲ ଫାଟି ଜଣେ ଛାତ୍ରୀ ଗୁରୁତର ହୋଇଛନ୍ତି। ଏଭଳି ଘଟଣା ଘଟିଛି ପୁରୀ ବାଲିଘାଇ ଆଦର୍ଶ ନଗର ଅଂଚଳରେ ।

ସୂଚନା ଅନୁସାରେ ପୁରୀ ବାଲିଘାଇ ଅଂଚଳ ଆଦର୍ଶ ନଗର ବିଦ୍ୟାଧର ପଲାଇଙ୍କ ଝିଅ କେନ୍ଦ୍ରୀୟ ବିଦ୍ୟାଳୟରେ ସମସ୍ତ ଶ୍ରେଣୀରେ ପାଠ ପାଢ଼ନ୍ତି । ତେବେ ଛାତ୍ରୀ ଜଣଙ୍କ ଅନ୍‌ଲାଇନ୍ ପାଠ ପଢ଼ୁଥିବାବେଳେ ହଠାତ୍ ମୋବାଇଲଟି ଫାଟି ଯାଇଥିଲା । ମୋବାଇଲ ଫାଟିବା ଖଣ୍ଡି ଖଣ୍ଡ ହେବା ସହ ଜଳି ଯାଇଥିଲା । ଏଥିରେ ଛାତ୍ରୀ ଜଣକ ହାତରେ ଆଘାତ ଲାଗିଛି ।

କରୋନା କଟକଣା ଯୋଗୁଁ ସ୍କୁଲ ବନ୍ଦ ରହିଛି । ଏଭଳି ସ୍ଥିତି ସ୍କୁଲରେ ପିଲାଙ୍କ ପାଇଁ ଅନ୍‌ଲାଇନ୍ କ୍ଲାସ ଆରମ୍ଭ ହୋଇଛି । ମୋବାଇଲରେ ଛାତ୍ରଛାତୀ ପାଠ ପଢ଼ୁଛନ୍ତି ।

Leave A Reply

Your email address will not be published.