Latest Odisha News

BREAKING NEWS

ଭାରତୀୟଙ୍କୁ କ୍ଷମା ମାଗିଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ପୁଅ

ନୂଆଦିଲ୍ଲୀ: ଅଜାଣତରେ ଭାରତୀୟଙ୍କ ଧାର୍ମିକ ଭାବନାକୁ ଆଘାତ ଦେଇଥିବା ନେଇ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତ୍ୟାନେହୁଙ୍କ ବଡ ପୁଅ କ୍ଷମା ମାଗିଛନ୍ତି । ୨୯ ବର୍ଷୀୟ ୟେର ନେତ୍ୟାନେହୁ ସୋସିଆଲ ସାଇଟରେ ମାଆ ଦୁର୍ଗାଙ୍କ ଏକ ଫଟୋ ଶେୟାର କରିଥିଲେ । ଏଥିରେ ଲିୟାତ ବେନ ଅରୀଙ୍କ ମୁହଁ ଲଗା ଯାଇଥିଲା ଏବଂ ହାତଗୁଡିକ ଅଶ୍ଳୀଳ ଇଙ୍ଗିତ କରିଥିଲେ ।

ଜଣେ ଭାରତୀୟ ବନ୍ଧୁଙ୍କଠାରୁ ମାଆ ଦୁର୍ଗାଙ୍କ ଫଟୋ ବୋଲି ଜାଣିବା ପରେ ସେ ସଙ୍ଗେ ଏଥିନେଇ କ୍ଷମା ମାଗିଥିଲେ ଏବଂ ଟୁଇଟ ହଟେଇ ଦେଇଥିଲେ । ସେ କହିଥିଲେ ମୁଁ ଭୁଲବଶତଃ ଏକ ବ୍ୟାଙ୍ଗାତ୍ମକ ପେଜରୁ ଏହି ଫଟୋ ଆଣିଥିଲେ । ୟେର କ୍ଷମା ପ୍ରାର୍ଥନା କରି ନେଇଥିବାରୁ ବିବାଦର ଅନ୍ତ ଘଟିଛି ।

Leave A Reply

Your email address will not be published.