Latest Odisha News

BREAKING NEWS

ଟଙ୍କା ଚୋରି କରି ନପାରିବାରୁ ATM କାଚ ଭାଙ୍ଗିଦେଲେ ଦୁର୍ବୃତ୍ତ

ବ୍ରହ୍ମପୁର: ଏଟିଏମରୁ ଟଙ୍କା ଚୋରି କରିବାକୁ ଆସିଥିଲେ ଦୁର୍ବୃତ୍ତ । ଆଉ ଟଙ୍କା ଚୋରି ନକରି ପାରି ଔଷଧ ବିକଳରେ ତାଟିଆ କାମୁଡ଼ିବା ଭଳି ଏଟିଏମ୍ କାଚ ଭାଙ୍ଗି ଦେଇଛନ୍ତି । ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଆସିକା ସହର ଚିନି ଫ୍ୟାକ୍ଟ୍ରି ଛକରେ ଥିବା ଷ୍ଟେଟ୍‌ ବ୍ୟାଙ୍କ ଏଟିଏମରେ । ମଙ୍ଗଳବାର ରାତିରେ ଏସବିଆଇ ଏଟିଏମରୁ ଚୋରି ଉଦ୍ୟମ ହୋଇଥିଲା ।

ଆସିକା ଥାନା ଆଇଆଇସି ପ୍ରଶାନ୍ତ କୁମାର ସାହୁଙ୍କ ସୂଚନା ଅନୁସାରେ, ମଙ୍ଗଳବାର ରାତି ପ୍ରାୟ ୩ଟା ବେଳେ ପୋଲିସ ପାଟ୍ରୋଲିଂ କରୁଥିଲା । ପାଟ୍ରୋଲିଂ ବେଳେ ଏଟିଏମ କାଚ ଭଙ୍ଗା ଯାଇଥିବା ଦେଖିଥିଲେ ପୋଲିସ କର୍ମଚାରୀ । ଚୋରି ପାଇଁ ଏଭଳି ଉଦ୍ୟମ ହୋଇଥିବା ସନ୍ଦେହ କରି ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ସୂଚନା ଦେଇଥିଲା ପୋଲିସ ।

ସାଇଣ୍ଟିଫିକ୍‌ ଟିମ୍‌ ଏବଂ ଡଗ୍‌ ସ୍କ୍ୱାଡ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଏଟିଏମରୁ ଟଙ୍କା ଚୋରି ହୋଇ ନଥିବା ଏବଂ ସିସିଟିଭି କ୍ୟାମେରାକୁ କୌଣସି କ୍ଷତି ହୋଇନାହିଁ । ପୋଲିସ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.