Latest Odisha News

BREAKING NEWS

ବ୍ରାହ୍ମଣୀ ନଦୀରୁ ହାତଗୋଡ଼ ବନ୍ଧା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଅନୁଗୁଳ: ବ୍ରାହ୍ମଣୀ ନଦୀରୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର । ତାଳଚେର ଗହମ ଅଞ୍ଚଳ ଦେଇ ବହି ଯାଇଥିବା ବ୍ରାହ୍ମଣୀ ନଦୀରୁ ଜଣେ ଯୁବକଙ୍କ ମୃତଦେହ ମିଳିଛି । ହାତ ଗୋଡ଼ ବନ୍ଧା ଯାଇଥିବା ଅବସ୍ଥାରେ ନଦୀରେ ଭାସି ଯାଉଥିବା ବେଳେ ସ୍ଥାନୀୟ ଲୋକ ଉଦ୍ଧାର କରି ପୋଲିସକୁ ସୂଚନା ଦେଇଥିଲେ । ମୃତ ଯୁବକ ଜଣଙ୍କ ଖମାର ଥାନା ଭାଲୁକି ଅଞ୍ଚଳର ସୁଶାନ୍ତ ସାହୁ ବୋଲି ଜଣା ପଡ଼ିଛି ।

ଗତ କିଛି ଦିନ ହେଲା ସୁଶାନ୍ତ ନିଖୋଜ ଥିବା ନେଇ ଖମାର ଥାନାରେ ଅଭିଯୋଗ ହୋଇଥିଲା । ତେବେ ଆଜି ମୃତଦେହ ମିଳିବା ପରେ ତାଙ୍କୁ ହତ୍ୟା କରାଯାଇ ନଦୀରେ ଫିଙ୍ଗି ଦିଆ ଯାଇଥିବା ସନ୍ଦେହ କରା ଯାଉଛି । ସୁଶାନ୍ତଙ୍କ ହାତ ଗୋଡ଼ ଲୁହା ତାରରେ ବନ୍ଧା ଯାଇ ଏକ ପଥରରେ ବନ୍ଧା ଯାଇଛି ।

ଯେଉଁଥିପାଇଁ ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ଅନୁମାନ କରା ଯାଉଛି । ଜମିବାଡ଼ିକୁ ନେଇ ସୁଶାନ୍ତଙ୍କ ସହ ଗାଁର ଅନ୍ୟ ଏକ ପରିବାରର ଝଗଡ଼ା ଥିଲା । ଏହି ଝଗଡ଼ା ପାଇଁ ତାଙ୍କୁ ହତ୍ୟା କରାଯାଇଛି ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.