Latest Odisha News

BREAKING NEWS

ଘରୁ ଲୁଟ ବେଳେ ବୃଦ୍ଧାଙ୍କୁ ପିଟି ମାରିଦେଲେ ଦୁର୍ବୃତ୍ତ

ଯାଜପୁର: ରାତି ଅଧରେ ଘରୁ ଲୁଟ କରୁଥିଲେ ଦୁର୍ବୃତ୍ତ। ଏହି ସମୟରେ ଘରେ ଶୋଇଥିବା ବୃଦ୍ଧା ଉଠିଯିବାରୁ ତାଙ୍କୁ ଦୁର୍ବୃତ୍ତମା​‌ନେ ପିଟି ପିଟି ହତ୍ୟା କରିଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ଟିଗିରିଆ ଗାଁରେ।

ସୂଚନା ଅନୁସାରେ ଶୁକ୍ରବାର ରାତିରେ ବୃଦ୍ଧା ଜଣକ ତାଙ୍କ ଝିଅ ସହିତ ଘରେ ଶୋଇଥିଲେ। ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ଲୁଟ୍‌ ପାଇଁ ତାଙ୍କ ଘରେ ପଶିଥିଲେ। କିଛି ଶବ୍ଦ ଶୁଣିବାରୁ ବୃଦ୍ଧା ଜଣକ ନିଦରୁ ଉଠିଯାଇ ବାହାରକୁ ଆସିଥିଲେ। ଏହି ସମୟରେ ଦୁର୍ବୃତ୍ତମାନେ ତାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ।

ପାଟି ଶୁଣି ଝିଅ ବି ଉଠିଯାଇଥିଲା। ମା ଉପରେ ଆକ୍ରମଣ ଦେଖି ଝିଅ ଜୋରେ ଚିତ୍କାର କରିବାରୁ ପଡ଼ୋଶୀ ଉଠି ଆସିଥିଲେ। ଏହି ସମୟରେ ଡକାୟତ ମାନେ ଫେରାର ହୋଇଯାଇଥିଲେ ହେଲେ ସେତେବେଳକୁ ବୃଦ୍ଧାଙ୍କୁ ଠେଙ୍ଗାରେ ପିଟିପିଟି ଲହୁ ଲୁହାଣ କରିସାରିଥିଲେ ଦୁର୍ବୃତ୍ତ। ତାଙ୍କୁ ସଙ୍ଗେ ସଙ୍ଗେ ହସ୍ପିଟାଲ ନିଆଯାଇଥିଲା । ହେଲେ ବଡ଼ଚଣା ମେଡିକାଲରେ ଡାକ୍ତର ବୃଦ୍ଧାଙ୍କୁ ମୃତ ଘୋଷଣା କରିଥିଲେ।

ସୂଚନା ଅନୁସାରେ, ଗତକାଲି ବ୍ୟାଙ୍କରୁ କିଛି ଟଙ୍କା ଉଠାଇଥିଲେ ବୃଦ୍ଧା ଜଣଙ୍କ । ଆଉ ସେହି ଟଙ୍କା ଚୋରି ଉଦ୍ଦେଶ୍ୟରେ ବୃଦ୍ଧାଙ୍କ ଘରେ ଲୁଟେରା ପଶିଥିଲେ ବୋଲି ଅନୁମାନ କରାଯାଉଛି । ବାଲିଚନ୍ଦ୍ରପୁର ପୋଲିସ ଏହାର ତଦନ୍ତ ଚଳାଇଛି ।

Comments are closed.