Latest Odisha News

ଶିରୁଳି ମହାବୀର ମନ୍ଦିରରୁ ଚୋରି, ହୁଣ୍ଡି ଭାଙ୍ଗି ଟଙ୍କା ନେଇଗଲେ

ଚନ୍ଦନପୁର: ପୁଣି ଶିରୁଳି ମହାବୀର ମନ୍ଦିରରୁ ଚୋରି। ହୁଣ୍ଡିରେ ଲକ୍ଷାଧିକ ଟଙ୍କା ଚୋରି ହୋଇଥିବା ସେବାୟତ ମାନେ ଅଭିଯୋଗ କରିଛନ୍ତି।

ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ କିଛି ଦୁର୍ବୁର୍ତ୍ତ ଶିରୁଳି ମହାବୀର ମନ୍ଦିରର ହୁଣ୍ଡି ଭାଙ୍ଗି ଟଙ୍କା ଚୋରି କରିଛନ୍ତି। ପ୍ରଥମେ ଦୁର୍ବୁର୍ତ୍ତ ମାନେ ଟ୍ରାନସଫରମରରୁ ଲାଇନ୍ କାଟିବା ପରେ ନବଗ୍ରହ ନିକଟରେ ଲାଗିଥିବା ଲୁହା ଗ୍ରୀଲ୍ ଭାଙ୍ଗି ହୁଣ୍ଡିରୁ ଟଙ୍କା ଲୁଟ୍ କରିଛନ୍ତି।

ଘଟଣାସ୍ଥଳରେ ଚନ୍ଦନପୁର ଥାନା ପୋଲିସ ଓ ତହସିଲଦାର ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ତହସିଲଦାରଙ୍କ ପକ୍ଷରୁ ଚନ୍ଦନପୁର ଥାନାରେ ଏତଲା ଦିଆଯାଇଛି।

ଫରେନସିକ୍ ଟିମ୍ ଓ ସିସିଟିଭି ଇନସ୍ଟଲେସନ୍ ଟିମ୍ ଶିରୁଳୀ ମହାବୀର ମନ୍ଦିରରେ ପହଞ୍ଚି ସିସିଟିଭିର ବ୍ୟାକ ଅଫ୍ ତନଖି କରୁଛନ୍ତି।

ତେବେ ଗତକାଲି ମହାପ୍ରଭୁଙ୍କ ସନ୍ଧ୍ୟା ଆଳତି ପରେ ଦୈନନ୍ଦିନର ନୀତିକାନ୍ତି ସମ୍ପୂର୍ଣ୍ଣ ହୋଇ ରାତ୍ର ୧୦ଟା ୩୦ରେ ପହୁଡ଼ ନୀତି ହୋଇଥିଲା। ପାଳିଆ ସେବାୟତ ମାନେ ମନ୍ଦିର ବନ୍ଦ କରି ଯାଇଥିବା ବେଳେ ଆଜି ଭୋରରୁ ପାଳିଆ ସେବାୟତ ମନ୍ଦିର ଖୋଲି ଭିତରକୁ ପ୍ରବେଶ କରିବା ପରେ ଚୋରି ହୋଇଥିବା ଦେଖିବାକୁ ମିଳିଥିଲା। ଏନେଇ ସଙ୍ଗେ ସଙ୍ଗେ ମନ୍ଦିର କମିଟି ଚନ୍ଦନପୁର ଥାନାକୁ ଖବର ଦେଇଥିଲେ।

ସେପଟେ ମନ୍ଦିରରୁ ଏଭଳି ଚୋରୀ ନୂଆ ନୁହେଁ ବୋଲି ସେବାୟତ ଓ ଗ୍ରାମବାସୀ ମାନେ ମାନେ ପ୍ରତିକ୍ରିୟା ରଖିଥିବା ବେଳେ ବ୍ୟାପକ ସୁରକ୍ଷାକର୍ମୀ ମନ୍ଦିରରେ ମୁତୟନ ହେବାସହ ପାଟ୍ରୋଲିଂକୁ କଡାକଡି କରିବାକୁ ଦାବି କରିଛନ୍ତି। ଅନ୍ୟପଟେ ଘଟଣାର ତଦନ୍ତ ଆରମ୍ଭ ହୋଇଥିବା ପୁରୀ ଏସପି କହିଛନ୍ତି।

 

Comments are closed.