Latest Odisha News

୧୯ ବର୍ଷରୁ କମ ମହିଳା କ୍ରିକେଟରେ ଇତିହାସ ରଚିଲେ ବୈଷ୍ଣବୀ

ନୂଆଦିଲ୍ଲୀ: ଭାରତର ବୈଷ୍ଣବୀ ଶର୍ମା ୧୯ ବର୍ଷରୁ କମ ମହିଳା କ୍ରିକେଟରେ ଇତିହାସ ରଚିଛନ୍ତି । ସେ ପ୍ରଥମ ଭାରତୀୟ ଭାବେ ହ୍ୟାଟ୍ରିକ ୱିକେଟ ନେବାର ଗୌରବ ଅର୍ଜନ କରିଛନ୍ତି । ଏଠାରେ ମଙ୍ଗଳବାର ଅନୁଷ୍ଠିତ ମ୍ୟାଚରେ ବୈଷ୍ଣବୀଙ୍କ ଚମତ୍କାର ବୋଲିଂ ପ୍ରଦର୍ଶନ ବଳରେ ଭାରତ ୨.୫ ଓଭରରେ କୌଣସି ୱିକେଟ ନ ହରାଇ ମାଲେସିଆକୁ ସହଜରେ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ମାଲେସିଆ ୧୪.୩ ଓଭରରେ ୩୧ ରନ କରି ଅଲଆଉଟ ହୋଇ ଯାଇଥିଲା । କୌଣସି ଖେଳାଳି ଦୁଇ ଅଙ୍କ ଛୁଇଁପାରି ନ ଥିଲେ ।

ବୈଷ୍ଣବୀ ୪ ଓଭରରେ ୫ ରନ ଦେଇ ୫ଟି ୱିକେଟ ଅକ୍ତିଆର କରିଥିଲେ । ଏଥିରେ ହ୍ୟାଟ୍ରିକ ୱିକେଟ ସାମିଲ ରହିଛି । ୧୪ତମ ଓଭରରେ ବୈଷ୍ଣବୀ ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ବଲରେ ନୂର ଏନ ବିନ୍ତି ରୋସଲାନ, ନୂର ଇସମା ଦାନିଆ ଓ ସିତି ନାଜୱାହଙ୍କୁ ଆଉଟ କରିଥିଲେ । ୩୨ ରନର ଲକ୍ଷ୍ୟକୁ ଭାରତ ୧୭ ବଲରେ ଜିତି ନେଇଥିଲା । ଗୋଙ୍ଗାଦୀ ବୀସା ୨୭ ଓ ଜି କାମଲିନୀ ୪ ରନ କରି ଅପରାଜିତ ରହିଛନ୍ତି ।

Comments are closed.