ମୟୂରଭଞ୍ଜ: ନୂଆ ଫଣ୍ଡାରେ ଏଟିଏମ୍ ଲୁଟ । ସିସିଟିଭି ନଜରରୁ ବର୍ତ୍ତିବାକୁ ସିସିଟିଭିରେ ଲାଲ ରଙ୍ଗର ସ୍ପ୍ରେ ମାରି ଲୁଟ କରିଛନ୍ତି ଲୁଟେରା । ମୟୂରଭଞ୍ଜ ଖୁଣ୍ଟା ଥାନା ବଙ୍ଗଳା ଛକରେ ଥିବା ଏସବିଆଇ ଏଟିଏମ୍ ରୁ ଲୁଟ୍ ହୋଇଛି। ବୁଧବାର ବିଳମ୍ବିତ ରାତିରେ ଏଟିଏମ୍ ରୁ ଟଙ୍କା ନେଇ ଦୁର୍ବୃତ୍ତମାନେ ଚମ୍ପଟ ମାରିଛନ୍ତି।
ଖବରମୁତାବକ;ଏଟିଏମ୍ ଭିତରେ ପଶିବା ପରେ ସମସ୍ତ କ୍ୟାମେରାରେ ରଙ୍ଗ ସ୍ପ୍ରେ ମାରିଥିଲେ । ପରେ ଗ୍ୟାସ କଟରରେ ଏଟିଏମକୁ କାଟିଦେଇଥିଲେ । ଯାହା ଫଳରେ କିଛି ଅଂଶ ଜଳି ମଧ୍ୟ ଯାଇଛି । ଏହା ପରେ ଲୁଟେରାମାନେ ସମସ୍ତ କ୍ୟାସ ଟ୍ରେରୁ ଲୁଟ୍ କରି ଫେରାର ହୋଇଯାଇଛନ୍ତି । ଏପରିକି ଲୁଟ ପରେ ସାଇରନ ବାଜିବା ଡରରେ ସାଇରନକୁ ମଧ୍ୟ ପିଟି ଭାଙ୍ଗି ଦେଇଛନ୍ତି ।
ଏପଟେ ଗତକାଲି ଏହି ଏଟିଏମରେ ଟଙ୍କା ଲୋଡ଼ ହୋଇଥିବା କୁହାଯାଉଛି।
ଗୁରୁବାର ସକାଳେ ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ଘଟଣାସ୍ଥଳରେ ଖୁଣ୍ଟା ପୁଲିସ ଓ ସାଇଣ୍ଟିଫିକ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ତେବେ କେତେ ଟଙ୍କା ଲୁଟ ହୋଇଛି ତାହା ଜଣାପଡ଼ିନାହିଁ।