ନୂଆଦିଲ୍ଲୀ: ଚଳିତ ଆଇପିଏଲ ଅବସରରେ ପ୍ୟାଟ କୁମିନ୍ସଙ୍କୁ ଏକ ବଡ ଅଫର ମିଳିଛି । କ୍ରିକେଟ ଅଷ୍ଟ୍ରେଲିଆ ୩ ବର୍ଷ ପାଇଁ ତାଙ୍କ ସହ ୧୧୪ କୋଟି ଟଙ୍କାର ଚୁକ୍ତି କରିଛି । ଏହି ଅଫର ଦେଇ ସିଏ ତାଙ୍କୁ ଲିଗ କ୍ରିକେଟଠାରୁ ଦୂରେଇ ରଖିବାକୁ ଚାହୁଁଛି । କୁମିନ୍ସ କିପରି ଦେଶ ପକ୍ଷରୁ ଅଧିକରୁ ଅଧିକ କ୍ରିକେଟ ମ୍ୟାଚ ଖେଳିବେ ତାହା ବୋର୍ଡ ଚାହୁଁଛି । ସିଡନୀ ମର୍ଣ୍ଣିଂ ହେରାଲ୍ଡରେ ପ୍ରକାଶିତ ଖବର ଅନୁସାରେ ଟ୍ରେଭିସ ହେଡଙ୍କୁ ମଧ୍ୟ ଏହି ଭଳି ଏକ ବଡ ଅଫର ଦେବା ପାଇଁ ଯୋଜନା କରାଯାଉଛି ।
କୁମିନ୍ସ ଆଇପିଏଲର ଗୋଟିଏ ସିଜନରେ ୧୮ କୋଟି ଟଙ୍କା ଆୟ କରୁଛନ୍ତି । ଅଷ୍ଟ୍ରେଲିଆ ବୋର୍ଡ ଅଫର ସ୍ୱୀକାର କଲେ ୩୩ରୁ ୩୪ କୋଟି ଟଙ୍କା ଆୟ କରିପାରିବେ । କୁମିନ୍ସ ଓ ହେଡଙ୍କ ପରି ଖେଳାଳି ଆଗକୁ ଆଇପିଏଲ ଏବଂ ଅନ୍ୟ ଲିଗରେ ଖେଳିବା ସମ୍ଭାବନା କ୍ଷୀଣ ରହିଛି । ଅବଶ୍ୟ କୁମିନ୍ସ କିମ୍ବା ହେଡ ଏ ପର୍ଯ୍ୟନ୍ତ କୌଣସି ବୟାନ ଦେଇ ନାହାନ୍ତି । ଚଳିତ ଆଇପିଏଲରେ କୁମିନ୍ସ ୪ଟି ମ୍ୟାଚ ଖେଳି ୧୦ ୱିକେଟ ନିଜ ନାମରେ କରିଛନ୍ତି ।