Latest Odisha News

BREAKING NEWS

କୋଏଲ୍ ନଦୀରୁ ଉଦ୍ଧାର ହେଲା ନିଖୋଜ ଛାତ୍ରର ମୃତଦେହ

ରାଉରକେଲା: ରାଉରକେଲାସ୍ଥିତ ପ୍ରଧାନପାଲ୍ଲୀ ନିକଟ କୋଏଲ୍ ନଦୀରୁ ନିଖୋଜ ନବମ ଶ୍ରେଣୀ ଛାତ୍ରଙ୍କ ମୃତଦେହ ଶନିବାର ଦିନ ପୋଲିସ ଉଦ୍ଧାର କରିଛି ।
ମୃତ ଛାତ୍ରଙ୍କ ନାମ ନିଲେଶ ଦାସ ।
ଗତ ୨୬ ତାରିଖରେ ନିଲେଶ ଝିରପାଣି ବ୍ରିଜରୁ ଡେଇଁ ପଡିଥିବା ନେଇ ଅଭିଯୋଗ ହୋଇଥିଲା ।
ଏହାବ୍ୟତିତ ନିଲେଶଙ୍କୁ କିଛି ଛାତ୍ର ହଇରାଣ ହରକତ କରୁଥିବା ଯୋଗୁଁ ସେ ଏଭଳି କରିଥିବା ନେଇ ପରିବାର ବର୍ଗ ଅଭିଯୋଗ କରିଥିଲେ ।
ତେବେ ଏଯାବତ୍ ମୃତ୍ୟୁର ସଠିକ୍ କାରଣ ସ୍ପଷ୍ଟ ହୋଇନଥିବା ପୋଲିସ ସୁତ୍ରରୁ ପ୍ରକାଶ ।
Leave A Reply

Your email address will not be published.