Latest Odisha News

BREAKING NEWS

ମିଥୁନ ଚକ୍ରବର୍ତ୍ତୀ ଅସୁସ୍ଥ: ହସ୍ପିଟାଲରେ ଭର୍ତ୍ତି

କୋଲକତା: ଡିସ୍କୋ ଡ୍ୟାନସର ମିଥୁନ ଚକ୍ରବର୍ତ୍ତୀ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଆଜି ସକାଳେ ତାଙ୍କୁ କୋଲକତା ସ୍ଥିତ ଆପୋଲ ହସ୍ପିଟାଲକୁ ଅଣାଯାଇଥିଲା । ଏନେଇ ତାଙ୍କ ନିକଟ ସଂପର୍କୀୟ ସୂଚନା ଦେଇଛନ୍ତି ।

BjdElectrycity

ମିଥୁନଙ୍କ ପୁଅ ମିମୋହ ଚକ୍ରବର୍ତ୍ତୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି  ଯେ, ବାପାଙ୍କ ଦେହ ସଂପୂର୍ଣ୍ଣ ସୁସ୍ଥ ଅଛି । ସେ ରୁଟିନ୍ ଚେକଅପ୍ ପାଇଁ ଆସିଛନ୍ତି ।

ସୂଚନାଯୋଗ୍ୟ, ନିକଟରେ ଦେଶର ସମ୍ମାନଜନକ ପଦ୍ମ ଭୂଷଣ ପୁରସ୍କାରରେ ମିଥୁନ ଚକ୍ରବର୍ତ୍ତୀଙ୍କୁ ସମ୍ମାନିତ କରାଯାଇଥିଲା। ଏନେଇ ମିଥୁନ କହିଥିଲେ,ମୁଁ ଗର୍ବ ଅନୁଭବ କରୁଛି । ଏହି ପୁରସ୍କାର ପାଇ ଖୁସି ଅନୁଭବ କରୁଛି । ମୁଁ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି ।

ସେହିପରି ନିକଟରେ ଏକ ଡ୍ୟାନ୍ସ ରିଆଲିଟି ଶୋ’ ଡ୍ୟାନ୍ସ ବଙ୍ଗଲା ଡ୍ୟାନ୍ସରେ ବିଚାରକ ରୂପରେ ତାଙ୍କୁ ଦେଖିବାକୁ ମିଳିଥିଲା । ଏଥିସହ ଏହି ଶୋ’ରେ ମୋନି ରୟ, ଶୁଭଶ୍ରୀ ଗାଙ୍ଗୁଲୀ, ସରବତୀ ଚାଟ୍ଟାର୍ଜୀ ଓ ପୂଜା ବାନାର୍ଜୀଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା । ୨୦୨୩ ଡିସେମ୍ୱରରେ ରିଲିଜ ହୋଇଥିବା ବଙ୍ଗାଳୀ ଫିଲ୍ମ ‘କାବୁଲୀବାଲା’ରେ ମିଥୁନଙ୍କ ଅଭିନୟ ଦେଖିବାକୁ ମିଳିଥିଲା । ସୁମନ ଘୋଷ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ ।

Leave A Reply

Your email address will not be published.