Latest Odisha News

ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ସର୍ତ୍ତମୂଳକ ଜାମିନ ଦେଲେ ହାଇକୋର୍ଟ

କଟକ: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ହାଇକୋର୍ଟରୁ ମିଳିଲା ସର୍ତ୍ତମୂଳକ ଜାମିନ । ଟାଟା କମ୍ପାନୀରେ ଚାକିରି କରାଇ ଦେବା ନାଁରେ ଠକେଇ ମାମଲାରେ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି ହାଇକୋର୍ଟ । ତିନିଟି ସର୍ତ୍ତ ରଖିଛନ୍ତି । ୫ ଲକ୍ଷ ଟଙ୍କାର ଜମା ଓ ୨ ଲକ୍ଷ ଲେଖାଏଁ ୨ ଜଣ ଜାମିନଦାରଙ୍କ ବଦଳରେ ବେଲ୍ ମଞ୍ଜୁର କରିଛନ୍ତି ହାଇକୋର୍ଟ । ଗଣମାଧ୍ୟମରେ ବିବୃତ୍ତି ନଦେବାକୁ ନିର୍ଦ୍ଦେଶ ରହିଛି ।

ଜାମିନ ସର୍ତ୍ତ ପୂରଣ କଲେ ନିମ୍ନ ଅଦାଲତ ପ୍ରଦୀପ ପାଣିଗ୍ରାହୀଙ୍କୁ ଜାମିନରେ ଛାଡ଼ିବୋ ବୋଲି ହାଇକୋର୍ଟ କହିଛନ୍ତି । ପୂର୍ବରୁ କ୍ରାଇମବ୍ରାଞ୍ଚ ଦ୍ୱାରା ଦାୟର ମାମଲାରେ ଜାମିନ ମିଳିଥିଲା । ଟାଟା କମ୍ପାନୀରେ ଚାକିରି କରାଇଦେବା ନାଁରେ ଠକେଇ ମାମଲାରେ ଗିରଫ ହୋଇଥିଲେ ପ୍ରଦୀପ ପାଣିଗ୍ରାହୀ । ଅଭିଯୋଗ ହୋଇଥିଲା, ଭାବି ଜ୍ୱାଇଁ ଆକାଶ ପାଠକଙ୍କ ଟାଟାରେ ଚାକିରି କରାଇ ଦେବା ନାଁରେ ଠକେଇ କରିଛନ୍ତି । ସେଥିରେ ପ୍ରଦୀପ ପାଣିଗ୍ରାହୀଙ୍କ ଲିଙ୍କ ରହିଛି । ତାଙ୍କ ନାଁରେ ବିଭିନ୍ନ ଥାନାରେ ଅଭିଯୋଗ ବି ହୋଇଛି ।

Leave A Reply

Your email address will not be published.