Latest Odisha News

BREAKING NEWS

ପୁରୀ ଓ କୋଣାର୍କକୁ ଗଡିଲା ମୋ ବସ୍‌

ଭୁବନେଶ୍ୱର: କ୍ୟାପିଟାଲ୍ ରିଜିଅନ୍ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍‌) ପକ୍ଷରୁ ବିଶ୍ୱ ପର୍ଯ୍ୟଟନ ଦିବସ ଉପଲକ୍ଷେ ରବିବାର ଦିନ ଜଗନ୍ନାଥ ଧାମ ପୁରୀ ଓ ଅର୍କକ୍ଷେତ୍ର କୋଣାର୍କକୁ ଆରମ୍ଭ ହୋଇଛି ମୋ ବସ୍ ସେବା ।

ଏନେଇ କ୍ରୁଟ୍ ପକ୍ଷରୁ ଟ୍ୱିଟ୍ କରାଯାଇଛି । ସୂଚନାନୁଯାୟୀ ଆଜି ସକାଳ ୭ଟା ୩୦ମି.ରେ ମାଷ୍ଟର କାଣ୍ଟିନ୍ ଛକରୁ ୧୦ ଜଣ ଯାତ୍ରୀଙ୍କୁ ନେଇ ପୁରୀ ଅଭିମୁଖେ ଗଡିଥିଲା ମୋ ବସ୍ ।

ସେହିପରି ଆଜି ସକାଳ ପ୍ରାୟ ୭ଟା ୪୦ମି. ସମୟରେ ୯ ଜଣ ଯାତ୍ରୀଙ୍କୁ ଧରି ଭୁବନେଶ୍ୱରରୁ କୋଣାର୍କ ଅଭିମୁଖେ ବାହାରିଥିଲା ମୋ ବସ୍ ।

ଅଧିକ ପଢନ୍ତୁ- ବିଶ୍ୱ ପର୍ଯ୍ୟଟନ ଦିବସରେ ପୁରୀ ଓ କୋଣାର୍କକୁ ଗଡିବ ମୋ ବସ୍‌

ରୁଟ୍ ନଂ – ୫୦: ଭୁବନେଶ୍ୱରର ମାଷ୍ଟରକ୍ୟାଣ୍ଟିନ୍ ବସଷ୍ଟାଣ୍ଡ୍‌ରୁ ବାହାରି ମୋ ବସ୍ ପୁରୀ ଅଭିମୁଖେ ଯାତ୍ରା କରୁଛି । ଠିକ୍ ସେହିପରି ରାଜଧାନୀ ସହିତ କୋଣାର୍କକୁ ରୁଟ୍ ନଂ– ୭୦ ସଂଯୋଗ କରିଛି ।

Leave A Reply

Your email address will not be published.