Latest Odisha News

BREAKING NEWS

ଏଣିକି ୮ଟି ରୁଟ୍‌ରେ ପ୍ରତିଦିନ ଚାଲିବ ‘ମୋ ବସ୍‌’

ଭୁବନେଶ୍ୱର: ଏଣିକି ସପ୍ତାହର ୭ ଦିନ ଚାଲିବ ‘ମୋ ବସ୍‌’ । ଅଧିକ ଡିମାଣ୍ଡ ଥିବା ଯୋଗୁଁ ଏବେ ୮ଟି ରୁଟ୍‌ରେ ‘ମୋ ବସ୍‌’ ଚାଲିବ । ରୁଟ୍ ନମ୍ବର ୧୧, ୧୬, ୧୮, ୨୦, ୨୩, ୨୪, ୨୫ ଓ ୩୩ରେ ‘ମୋ ବସ୍‌’ ଗଡିବ । ଏନେଇ କ୍ରୁଟ୍ ତଥା ଓଏସ୍‌ଆର୍‌ଟିସି ପରିଚାଳନା ନିର୍ଦ୍ଦେଶକ ଅରୁଣ ବୋଥ୍ରା ସୂଚନା ଦେଇଛନ୍ତି ।

ବସ୍‌ରେ ଯାତ୍ରା କରୁଥିବା ସମସ୍ତ ଯାତ୍ରୀ ଓ କର୍ମଚାରୀ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ଏହାସହ ଯାତ୍ରୀମାନଙ୍କୁ ବସ୍‌ରେ ଛିଡା ହୋଇଯିବାକୁ ମନା କରାଯାଇଛି । କେବଳ ସେତିକି ନୁହେଁ ଯାତ୍ରୀମାନଙ୍କୁ ଅଧିକରୁ ଅଧିକ ଡିଜିଟାଲ ପେମେଂଟ କରିବାକୁ ମଧ୍ୟ କୁହାଯାଇଛି । ଅନ୍ୟପକ୍ଷରେ ଆସନ୍ତାକାଲି ଠାରୁ ୨୪ଟି ରୁଟ୍‌ରେ ଓଏସ୍‌ଆର୍‌ଟିସି ବସ୍ ମଧ୍ୟ ଚଳାଚଳ କରିବ ।

Leave A Reply

Your email address will not be published.