Latest Odisha News

ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କୁ ଟୁଇଟ କରି ପରିବାର ସପକ୍ଷରେ ନ୍ୟାୟ ମାଗିଲେ କ୍ରିକେଟର ରାଇନା

ମୋହାଲୀ:ହଠାତ୍ ଆଇପିଏଲ ଛାଡି ଭାରତ ଫେରିଥିବା କ୍ରିକେଟର ସୁରେଶ ରାଇନା ଏ ସମ୍ପର୍କରେ ମୁହଁ ଖୋଲିଛନ୍ତି । ରାଇନାଙ୍କ ପିଉସୀ ନାନୀ ଓ ତାଙ୍କ ପରିବାରବର୍ଗଙ୍କ ଉପରେ କେତେକ ଦୁବୃତ ଆକ୍ରମଣ କରିଥିଲେ । ଏଥିରେ ପିଉସା ଓ ତାଙ୍କର ଜଣେ ପୁଅ ମୃତ୍ୟୁବରଣ କରିଛନ୍ତି । ପିଉସୀଙ୍କ ଜୀବନ ମଧ୍ୟ ସଙ୍କଟାପନ୍ନ ରହିଛି । ଏହି ଖବର ଶୁଣିବା ପରେ ରାଇନା ଭାରତ ପଳାଇ ଆସିଥିଲେ ।

ମଙ୍ଗଳବାର ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପେଟନ ଅମ୍ରିନ୍ଦର ସିଂଙ୍କୁ ସେ ଏ ନେଇ ଟୁଇଟ କରି ନ୍ୟାୟ ମାଗିଛନ୍ତି । କେଉଁ କାରଣ ପାଇଁ ସେମାନେ ମୋର ପରବାର ସଦସ୍ୟଙ୍କୁ ହତ୍ୟା କଲେ । ଏବଂ ହତ୍ୟକାରୀ ତୁରନ୍ତ ଗିରଫ କରାଯାଉ ବୋଲି ରାଇନା କହିଛନ୍ତି ।

Leave A Reply

Your email address will not be published.