Latest Odisha News

ଲକଡାଉନ: ସୋମବାରଠୁ ରାଜଧାନୀରେ ଗଡିବ ‘ମୋ ସାଇକେଲ’

ଭୁବନେଶ୍ୱର: ସୋମବାରଠୁ ପୁଣି ଥରେ ରାଜଧାନୀରେ ଗଡିବ ‘ମୋ ସାଇକେଲ’ । ଲକଡାଉନ୍ ମଧ୍ୟରେ ରାଜଧାନୀରେ ଏହି ସେବା ଆରମ୍ଭ ହେବ । ତାଲାବନ୍ଦ ଯୋଗୁଁ କ୍ରୁଟ ପକ୍ଷରୁ ସ୍ମାର୍ଟ ସିଟିରେ ଚାଲିଥିବା ଏହି ସେବା ଦୁଇ ମାସ ହେବ ବାଧାପ୍ରାପ୍ତ ହୋଇଛି । ତେବେ ସରକାରୀ ଅନୁମତି ପରେ ଏହି ସେବା ପୁଣିଥରେ ଆରମ୍ଭ ହେବା ନେଇ ସୂଚନା ମିଳିଛି ।

ପ୍ରଥମ ପର‌୍ୟ୍ୟାୟରେ ୧୮ଟି ଜୋନ୍‌ରେ ୫୦ଟି ପବ୍ଲିକ୍ ବାଇକ୍ ଷ୍ଟେସନ୍‌ରୁ ଗଡିବ ୩ଶହ ମୋ ସାଇକେଲ । ପ୍ରତ୍ୟେକ ସାଇକଲର କୀଟାଣୁନାସକ ଶୁଦ୍ଧିକରଣର ବ୍ୟବସ୍ଥା ପାଇଁ ସ୍ୱତନ୍ତ୍ର ଧ୍ୟାନ ଦିଆଯିବ । ଏପରିକି ଆପ୍ ମାଧ୍ୟମରେ ବ୍ୟବହାର କରିବାକୁ ଚାହୁଁଥିବା ସାଇକଲ କେବେ ଶୁଦ୍ଧିକରଣ ହୋଇଥିଲା ତାର ସୂଚନାଦିଆଯିବ,ଏଥିପାଇଁ ଟେକନିକାଲଟିମ୍ କାର‌୍ୟ୍ୟରତ ।

ପ୍ରତ୍ୟେକ ସାଇକଲର ବ୍ୟବହାର ପରେ,ତା ବଦଳରେ ଏକ ନୂଆ ପୂର୍ଣ୍ଣ ଶୁଦ୍ଧି ହୋଇଥିବା ସାଇକଲ ଦିଆଯିବ । ମହାପ୍ରବନ୍ଧକ ଦିପ୍ତୀ ମହାପାତ୍ର ବିଶେଷଭାବରେ ମୋ ସାଇକଲର ବ୍ୟବହାର ସମୟରେ ମାସ୍କ ଏବଂ ଗ୍ଲୋବ୍ସର ବ୍ୟବହାର କରିବା ପାଇଁ ଅପିଲ କରିଛନ୍ତି । ଏପରିକି ସାଇକଲ ଷ୍ଟେସନରେ ଭିଡ ନକରି ସାମାଜିକ ଦୂରତାକୁ ରକ୍ଷା କରନ୍ତୁ ବୋଲି ସେ କହିଛନ୍ତି ।

ଆସନ୍ତା ଜୁନ୍‌୩୦ ଯାଏଁ ମୋ ସାଇକଲର ବ୍ୟବହାର କଲେ ଭୁବନେଶ୍ୱରବାସୀ ନିଃଶୁଳ୍କ ରିହାତି ସୁବିଧା ପାଇବେ । ଗୋଟିଏ ଦିନରେ ଅନେକ ଥର ସାଇକଲ ରାଇଡ୍ କରିପାରିବେ, କିନ୍ତୁ କୌଣସି ରାଇଡ୍ ସର୍ବାଧିକ ୩୦ମିନଟ୍‌ର ହିଁ ହୋଇପାରିବ । ୩୦ମିନଟ୍‌ରୁ ଅଧିକା କୌଣସି ରାଇଡ୍‌ରେ ଗଲେ ଗ୍ରାହକମାନଙ୍କୁ ଚଳିତ ଭଡା ଦେବାକୁ ପଡିବ ।

Leave A Reply

Your email address will not be published.