ପୁରୀ: ଜିଲ୍ଲା ପ୍ରଶାସନ ପକ୍ଷରୁ ପୁରୀ ସହରରେ ସଚେତନତା ଧର୍ମୀ ଅଭିଯାନ “ମୋ ଧାମ ମୋ ଗର୍ବ” ଆଜି ଉଦଯାପିତ ହୋଇଛି । ବ୍ଲୁ ପ୍ଳାଗ ବିଚରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ରାଜ୍ୟ ଆଇନ ମନ୍ତ୍ରୀ ପ୍ରତାପ ଜେନା । ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ଜିଲ୍ଲାପାଳ ବଲୱନ୍ତ ସିଂ ଓ ଅନେକ ପଦାଧିକାରୀଙ୍କ ସମେତ ଶତାଧିକ ସାଧାରଣ ଜନତା ଯୋଗ ଦେଇଥିଲେ ।
ପ୍ରଳୟଙ୍କରୀ ବାତ୍ୟା ଫନିରେ ଶ୍ରୀହୀନ ହୋଇଯାଇଥିଲା ଶ୍ରୀକ୍ଷେତ୍ର । ୨-୩ ମାସ ମଧ୍ୟରେ ପରିସ୍ଥିତିକୁ ସୁଧାରି ଦୁଇ ଦୁଇଟି ଭିନ୍ନ ରଥଯାତ୍ରା, ମୋ ବିଚ, ବ୍ଲୁ ଫ୍ଲାଗ ବିଚର ସଫଳତା ପରେ ସହରବାସୀଙ୍କ ସହଯୋଗରେ ପୁରୀକୁ ଶ୍ରେଷ୍ଠ ଓ ସ୍ୱଚ୍ଛ ସହରରେ ପରିଣତ କରିବା ପାଇଁ ଜିଲ୍ଲା ପ୍ରଶାସନ ମୋ ଧାମ ମୋ ଗର୍ବ ଯୋଜନା ହାତକୁ ନେଇଛନ୍ତି । ସହରକୁ ସ୍ୱଚ୍ଛ ରଖିବାକୁ ଶପଥ ନେଇଛନ୍ତି ପୁରୀ ବାସିନ୍ଦା ।
ସାତ ଦିନ ଧରି ପୌରପାଳିକା ତରଫରୁ ସହରବାସୀଙ୍କୁ ବ୍ୟାପକ ସଚେତନ ଓ ସଫେଇ କରାଯାଇଛି । ଗତ କିଛି ମାସ ହେବ ପୁରୀ ପୌରପାଳିକାର ୩୨ଟି ୱାର୍ଡରେ ସ୍ଵଛ ସଵାରୀ ମାଧ୍ୟମରେ ପ୍ରତ୍ୟକ ଘରୁ ଅଳିଆ, ଆବର୍ଜନା ସଂଗ୍ରହ କରାଯାଇଛି ।
୨୦୨୧ ସୁଦ୍ଧା ପୁରୀ ସହରକୁ ଦେଶର ଶ୍ରେଷ୍ଠ ସ୍ୱଛ ସହରରେ ପରିଣତ କରିବା ଲକ୍ଷ୍ୟ ନେଇ ମୋ ଧାମ ମୋ ଗର୍ବର ଦୀର୍ଘ ମିଆଦି ଯୋଜନା ପ୍ରସ୍ତୁତ କରିଛି ଜିଲ୍ଲା ପ୍ରଶାସନ ।
Comments are closed.