Latest Odisha News

BREAKING NEWS

କାହିଁକି ଦୀପାବଳି ପୂର୍ବରୁ ପାଳନ କରାଯାଏ ଛୋଟି ଦିୱାଲୀ; ଜାଣନ୍ତୁ ଏହା ପଛର ରହସ୍ୟ

ନୂଆଦିଲ୍ଲୀ: ଚଳିତ ବର୍ଷ ଦିପାବଳୀ ପର୍ବ ୧୪ ନଭେମ୍ବର ଅର୍ଥାତ୍ ଶନିବାର ଦିନ ପଡୁଛି। ହିନ୍ଦୁ ପୌରାଣିକ କଥା ଅନୁଯାୟୀ, ପ୍ରତିବର୍ଷ ଦୀପାବଳିର ଗୋଟିଏ ଦିନ ପୂର୍ବରୁ ଛୋଟ ଦିୱାଲୀ ପାଳନ କରାଯାଏ। ଏହି ଦିନକୁ ନରକ ଚତୁର୍ଦଶୀ କିମ୍ବା କାଳୀ ଚୌଦସୀ ମଧ୍ୟ କୁହାଯାଏ। ଏହି ଦିନ ଦୀପାବଳି ପରି ଦୀପ ଜଳାଯାଏ। ଏହି ବର୍ଷ ନରକ ଚତୁର୍ଦଶୀ ୧୪ ନଭେମ୍ବର ଅର୍ଥାତ୍ ଦିୱାଲୀ ଦିନ ପାଳନ କରାଯିବ। ଏହି ରାତିରେ ଦୀପ ପ୍ରଜ୍ଵଳନର ପ୍ରଥାକୁ ନେଇ ଅନେକ ପୌରାଣିକ ମାନ୍ୟତା ଏବଂ ଲୋକକଥା ରହିଛି।

କିମ୍ବଦନ୍ତୀ ଅନୁଯାୟୀ ଭଗବାନ କୃଷ୍ଣ କାର୍ତ୍ତିକ କୃଷ୍ଣ ଚତୁର୍ଦଶୀ ତିଥିରେ ନରକାସୁର ନାମକ ଏକ ରାକ୍ଷସକୁ ବଦ୍ଧ କରିଥିଲେ। ପ୍ରଚଳିତ କିମ୍ବଦନ୍ତୀ ଅନୁଯାୟୀ ଭଗବାନ ଶ୍ରୀକୃଷ୍ଣ ଏହି ଦିନ ଅତି ନିର୍ମମ ତଥା କୁତ୍ସିତ ନରକାସୁରକୁ ବଦ୍ଧ କରିଥିଲେ। ତେଣୁ ଏହି ଚତୁର୍ଦଶୀକୁ ନରକ ଚତୁର୍ଦଶୀ କୁହାଯାଏ। ନରକାସୁରକୁ କେବଳ ଜଣେ ମହିଳାଙ୍କ ଦ୍ୱାରା ହତ୍ୟା କରାଯାଇପାରେ, ତେଣୁ ଭଗବାନ କୃଷ୍ଣ ତାଙ୍କ ପତ୍ନୀ ସତ୍ୟଭାମାଙ୍କୁ ସାରଥୀ କରି ତାଙ୍କ ସାହାଯ୍ୟରେ ନରକାସୁରଙ୍କୁ ହତ୍ୟା କରିଥିଲେ।

କୁହାଯାଏ ନରକାସୁର ପ୍ରାୟ ୧୬ ହଜାର କନ୍ୟାଙ୍କୁ ବନ୍ଦୀ କରି ରଖିଥିଲେ। ନରକାସୁରକୁ ହତ୍ୟା କରି ଶ୍ରୀକୃଷ୍ଣ କନ୍ୟାମାନଙ୍କୁ ବନ୍ଦୀ ମୁକ୍ତ କରିଥିଲେ। ଏହି କନ୍ୟାମାନେ ଶ୍ରୀକୃଷ୍ଣଙ୍କୁ କହିଥିଲେ ଯେ ସମାଜ ସେମାନଙ୍କୁ ଗ୍ରହଣ କରିବ ନାହିଁ, ତେଣୁ ସେ ଏପରି ପଦକ୍ଷେପ ନେବା ଉଚିତ ଯେ ସେମାନେ ପୁନର୍ବାର ସମାଜରେ ସମ୍ମାନ ପାଇପାରିବେ।

ସମାଜରେ ଏହି କନ୍ୟାମାନଙ୍କୁ ସମ୍ମାନ ଦେବା ପାଇଁ ଶ୍ରୀକୃଷ୍ଣ ସତ୍ୟଭାମାଙ୍କ ସାହାଯ୍ୟରେ ଏହି ସମସ୍ତ କନ୍ୟାମାନଙ୍କୁ ବିବାହ କରିଥିଲେ। ନରକାସୁର ବଦ୍ଧ ଏବଂ ୧୬ ହଜାର କନ୍ୟାଙ୍କ ବନ୍ଧନ ମୁକ୍ତ ହେବା ସ୍ମୃତିରେ ନରକ ଚତୁର୍ଦଶୀ ଦିନ ଦୀପଦାନ କରାଯାଇଥିାଏ। ଯାହାକୁ ଛୋଟି ଦିୱାଲୀ କୁହାଯାଏ।

Leave A Reply

Your email address will not be published.