Latest Odisha News

BREAKING NEWS

ପ୍ରବାସୀ ଶ୍ରମିକଙ୍କୁ କାମ ଯୋଗାଇଦେବ ‘ମୋ ସହାୟ’ ଆପ୍‌

ଭୁବନେଶ୍ୱର : ପ୍ରବାସୀ ଶ୍ରମିକଙ୍କୁ ଏଣିକି କାମ ଯୋଗାଇ ଦେବ ବ ‘ମୋ ସହାୟ’ ଆପ୍ । ଶ୍ରମିକଙ୍କ କାର୍ଯ୍ୟଦକ୍ଷତା ଓ ସେମାନଙ୍କର ବର୍ତ୍ତମାନର ସ୍ୱାସ୍ଥ୍ୟବସ୍ଥା ଅନୁଯାୟୀ ସେମାନଙ୍କୁ କାମ ମିଳିବ ।

ଓଡିଶାର କିଛି ପ୍ରଫେସର, ଇଂଜିନିଅରିଂ ଛାତ୍ର ଓ କମ୍ପାନୀର ମାଲିକ ମିଶି ଦେଶର କୋଣ ଅନୁକୋଣରେ ଥିବା ପ୍ରବାସୀ ଶ୍ରମିକଙ୍କୁ କାମ ଯୋଗାଇ ଦେବା ଲକ୍ଷଙ୍କର ଏହି ଅନଲାଇନ ପ୍ଲାଟଫର୍ମ ପ୍ରସ୍ତୁତ କରିଛନ୍ତି । ଭୁବନେଶ୍ୱରର ଆଇଆଇଟିର ପ୍ରଫେସର ଦେବୀ ପ୍ରସାଦ ଡୋଗରା ନେତୃତ୍ୱରେ ତିଆରି ହୋଇଥିବା ଏହି ଆପ୍ ‘ମୋ ସହାୟ’ (www.mosahay.org) ନିଯୁକ୍ତିଦାତା ଓ ପ୍ରବାସୀ ଶ୍ରମିକଙ୍କ ମଧ୍ୟରେ ଯୋଗାଯୋଗ ସୃଷ୍ଟି କରିବ । ଏହି ଆପ୍‌ରେ ଶ୍ରମିକଙ୍କ କାର୍ଯ୍ୟ ଦକ୍ଷତା ନେଇ ସମସ୍ତ ତଥ୍ୟ ରହିବ ।

ଆପ୍‌ରେ ପଂଜୀକରଣ କରିବା ପାଇଁ ବହୁତ ସହଜ ଉପାୟ ରହିଛି । ଏଥିରେ କେବଳ ଶ୍ରମିକମାନଙ୍କ ନାଁ, ବୟସ, ଲିଙ୍ଗ, ଫୋନ ନମ୍ବର, ଠିକଣା ଓ କାର୍ଯ୍ୟ ଦକ୍ଷତା ସମ୍ପର୍କରେ ସୂଚନା ଦିଆଯିବ । ବର୍ତ୍ତମାନ ଏହା ଓଡିଆ, ଇଂରାଜୀ ଓ ହିନ୍ଦୀ ଭାଷାରେ ପଂଜୀକରଣ କରାଯାଉଛି । ଆଗକୁ ଅନ୍ୟ ଆଂଚଳିକ ଭାଷାରେ ମଧ୍ୟ କରାଯିବ ବୋଲି ପ୍ରଫେସର ଡୋଗରା ସୂଚନା ଦେଇଛନ୍ତି ।

ଥରେ ତଥ୍ୟ ପଂଜୀକରଣ ହେବା ପରେ ରାଜ୍ୟ ସରକାର ଓ ବିଭିନ୍ନ ନିଯୁକ୍ତିଦାତାଙ୍କ ନିକଟକୁ ଏହା ପଠାଯିବ । ତଥ୍ୟ ଆଧାରରେ କମ୍ପାନିମାନେ ଦରକାର କରୁଥିବା ଶ୍ରମିକଙ୍କୁ କାମ ଯୋଗାଇ ପାରିବେ ।

ଆପ୍‌କୁ ପ୍ରସ୍ତୁତ କରିଥିବା ଟିମ୍‌ରେ ଆଇଆଇଟି ପ୍ରଫେସର ମନୋରଂଜନ ଶତପଥୀ, ଉଦ୍ୟୋଗୀ ସୂରଜ କୁମାର ଗନ୍ତାୟତ, ଭୁବନେଶ୍ୱର ଆଇଆଇଟି ଓ ଓଡିଶାର ବିଭିନ୍ନ ବିଶ୍ୱବିଦ୍ୟାଳୟର ଛାତ୍ର ରହିଛନ୍ତି ।

ବର୍ତ୍ତ ମାନ ଏହି ଆପ୍‌ଟି ଗୁଗୁଲ ପ୍ଳେ ଷ୍ଟୋରରେ ନାହିଁ । ଏହାକୁ ସ୍ମାର୍ଟ ଫୋନ୍ କିମ୍ବା କମ୍ପୁଟର ଜରିଆରେ ପାଇପାରିବେ ।

Leave A Reply

Your email address will not be published.