Latest Odisha News

BREAKING NEWS

ଅନୁଗୁଳରେ ଅସୁସ୍ଥ ହାତୀ ଛୁଆର ମୃତ୍ୟୁ

ଅନୁଗୁଳ: କଣିହାଁ ରେଞ୍ଜ ବାଳିପସି ଜଙ୍ଗଲରେ ଏକ ହାତୀ ଛୁଆର ମୃତ୍ୟୁ ହୋଇଛି । ଚିକିତ୍ସାଧୀନ ଅବସ୍ଥାରେ ତାର ମୃତ୍ୟୁ ହୋଇଛି ।

କିଛିଦିନ ତଳେ ଦେବଗଡ ଜିଲ୍ଲାରୁ ଅନୁଗୁଳକୁ ଏକ ହାତୀପଲ ପଶି ଆସିଥିଲେ । ଏହି ହାତୀପଲରେ ଏହି ହାତୀ ଛୁଆ ଆସିଥିଲା । ଅନ୍ୟ ହାତୀମାନେ ପଳେଇ ସାରିଥିଲେ ସୁଦ୍ଧା ଏହି ହାତୀ ଛୁଆଟି ଅସୁସ୍ଥତା କାରଣରୁ ଗୋଟିଏ ଯାଗାରେ ପଡି ରହିଥିଲା । ଅନୁଗୁଳ ଡିଏଫ୍‌ଓ ଘଟଣା ସ୍ଥଳରେ ପହଞ୍ଚି ହାତୀଟିର ଚିକିତ୍ସା କରିଥିଲେ । ମାତ୍ରଟି ତାର ପାଟିରେ ଘାଆ ହୋଇଥିବାରୁ ଓ କିଛି ନ ଖାଇ ଗୋଟିଏ ଜାଗାରେ ପଡି ରହିଥିଲା । ଶେଷରେ ମଙ୍ଗଳବାର ତାର ମୃତ୍ୟୁ ହୋଇଥିଲା । ବ୍ୟବଚ୍ଛେଦ ପରେ ହାତୀଛୁଆକୁ ପୋତି ଦିଆଯାଇଛି ।

Leave A Reply

Your email address will not be published.