Latest Odisha News

BREAKING NEWS

ସ୍ୱାଭାବିକ ହେଉଛି ସମ୍ବଲପୁର ସ୍ଥିତି; ତଥାପି ମିଳିନି ମୋବାଇଲ ଇଣ୍ଟରନେଟ ସେବା

ସମ୍ବଲପୁର: ଧୀରେ ଧୀରେ ସ୍ୱାଭାବିକ ହେଉଛି ସମ୍ବଲପୁର । କିନ୍ତୁ ଆଜି ବି ଲୋକଙ୍କୁ ମିଳିନି ମୋବାଇଲ ଇଣ୍ଟରନେଟ ।  ଯଦିଓ ଜିଲ୍ଲାରେ   ଇଣ୍ଟରନେଟ୍ ସେବା ମିଳିଲାଣି ତେବେ ତାହା କେବଳ ବ୍ରୋଡବ୍ୟାଣ୍ଡ ଓ ଲିଜ୍ ଲାଇନ୍ ପାଇଁ ଉପଲବ୍ଧ ।  ତାହା ପୁଣି  ସକାଳ ୧୦ଟାରୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ  । ହେଲେ ମୋବାଇଲ୍ ଇଣ୍ଟରନେଟ୍ ସେବା  ଆହୁରି ୪୮ ଘଂଟା ବନ୍ଦ ରହିବ ବୋଲି କୁହାଯାଇଛି । ଅର୍ଥାତ ସାରା ଜିଲ୍ଲାରେ ୨୨ ତାରିଖ ସକାଳ ୧୦ଟା ଯାଏ ଇଣ୍ଟର୍‌ନେଟ୍‌ ସେବା ବନ୍ଦ ରହିବ।

ଅନ୍ୟପକ୍ଷେ ଜିଲ୍ଲାରେ ଆଜି ୧୧ ଘଣ୍ଟା କର୍ଫ୍ୟୁ କୋହଳ କରାଯାଇଛି । ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କର୍ଫ୍ୟୁ କଟକଣା କୋହଳ କରାଯାଇଛି । ଗତକାଲି ମଧ୍ୟ ୧୧ ଘଣ୍ଟା କର୍ଫ୍ୟୁ କୋହଳ କରାଯାଇଥିଲା ।

ଗତକାଲି ଜିଲ୍ଲାର କିଛି ସ୍ଥାନରେ ଲିଜଲାଇନ ଇଣ୍ଟରନେଟ୍ ଦିଆଯାଇଥିଲା । ଆଜି ସାରା ଜିଲ୍ଲାକୁ ଲିଜଲାଇନ ସହ ବ୍ରଡବ୍ୟାଣ୍ଡ ସେବା ଯୋଗାଇ ଦିଆଯିବ । ସେହିପରି ଆଜି ମଧ୍ୟ ଜିଲ୍ଲାରେ ୧୧ ଘଣ୍ଟା କର୍ଫ୍ୟୁ କୋହଳ ରହିବ । ସକାଳ ୭ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ କର୍ଫ୍ୟୁ କଟକଣା କୋହଳ କରାଯାଇଛି । ଆଜି ଦିନ ସାରା ଦୋକାନ, ବଜାର ଖୋଲା ରହିବ ।

ସୂଚନାଥାଉ କି, ସୂଚନାଥାଉ କି, ହନୁମାନ ଜୟନ୍ତୀ ଶୋଭାଯାତ୍ରାକୁ ନେଇ ସମ୍ବଲପୁରରେ ପରିସ୍ଥିତି ଅଶାନ୍ତ ହୋଇଥିଲା । ପରିସ୍ଥିତିକୁ ଦେଖି ଗତ ୧୪ ତାରିଖ  ଶୁକ୍ରବାର ମଧ୍ୟରାତ୍ରିରୁ ପ୍ରଶାସନ ପକ୍ଷରୁ କର୍ଫ୍ୟୁ ଘୋଷଣା କରାଯାଇଥିଲା ।  ଶନିବାର ଦିନ ସମ୍ବଲପୁରରେ ହିଂସାକାଣ୍ଡ ଥମିଥିଲେ ହେଁ  ରବିବାର ସହରରେ ପୁଣି  ହିଂସାକାଣ୍ଡ ଘଟିଥିଲା । ତେଣୁ ପ୍ରଶାସନ ପକ୍ଷରୁ  କର୍ଫ୍ୟୁ ଜାରି କରାଗଲା । ପରିସ୍ଥିତିକୁ ଦେଖି କର୍ଫ୍ୟୁ ଆସ୍ତେ ଆସ୍ତେ କୋହଳ କରାଯାଉଛି । ସେହିପରି ୧୩ ତାରିଖରୁ ଇଣ୍ଟରନେଟ ସେବାକୁ ମଧ୍ୟ ବନ୍ଦ ରଖାଯାଇଥିଲା ।  ସୋସିଆଲ୍‌ ମିଡିଆର ଅପବ୍ୟବହାର ଆଶଙ୍କାରେ ଏହି କଟକଣାକୁ ବୃଦ୍ଧି କରାଯାଉଛି। ଏହାକୁ ମିଶାଇ ଲଗାତାର ୮ ଦିନ ଧରି ଏଠାରେ  ଇଣ୍ଟରନେଟ୍‌ ସେବା ବନ୍ଦ କରାଗଲାଣି ।

Leave A Reply

Your email address will not be published.