Latest Odisha News

BREAKING NEWS

ଅକ୍ସଫାମ ଇଣ୍ଡିଆ ବିରୋଧରେ ମାମଲା ରୁଜୁ କଲା ସିବିଆଇ

ନୂଆଦିଲ୍ଲୀ: ଫରେନ କଣ୍ଟ୍ରିବ୍ୟୁସନ(ରେଗୁଲେସନ) ଆକ୍ଟର (FCRA)ର ଉଲ୍ଲଂଘନ ନେଇ ଏନ୍‌ଜିଓ ସଂସ୍ଥା ଅକ୍ସଫାମ ଇଣ୍ଡିଆ ବିରୋଧରେ ମାମଲା ରୁଜୁ କଲା ସିବିଆଇ। ଦିଲ୍ଲୀରେ ଥିବା ସଂସ୍ଥାର କାର୍ଯ୍ୟାଳୟରେ ଚଢ଼ାଉ କରିବା ପରେ ମାମଲା ରୁଜୁ କରିଛି ତଦନ୍ତକାରୀ ସଂସ୍ଥା ଏହି ମାମଲାରେ ଗତବର୍ଷ ଜାନୁଆରୀରେ ଗୃହ ମନ୍ତ୍ରାଳୟ ଅକ୍ସଫାମ୍ଇଣ୍ଡିଆର ଏଫସିଆରଏ ଲାଇସେନ୍ସ ରଦ୍ଦ କରିଥିଲା

ସଂସ୍ଥା ଉପରେ ବିଦେଶ ପାଣ୍ଠି ଯୋଗାଣ ଆଇନ୍ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି। ଏନେଇ ଗତ ଏପ୍ରିଲ ୬ ତାରିଖରେ ସିବିଆଇ ତଦନ୍ତ କରିବାକୁ କେନ୍ଦ୍ର ଗୃହମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଥିଲା। ମିଳିଥିବା ସୂଚନା ଅନୁସାର ଅକ୍ସଫାମ ଇଣ୍ଡିଆ ବିଦେଶରୁ ଆସୁଥିବା ଟଙ୍କାକୁ ବିଭିନ୍ନ ସଂସ୍ଥାକୁ ଟ୍ରାନ୍ସଫର କରିଛି

ଏନେଇ ପ୍ରଥମେ ଆୟକର ବିଭାଗ ସର୍ଭେ କରିବା ପରେ ଟଙ୍କା ଟ୍ରାନ୍ସଫର ହୋଇଥିବା ନେଇ ଏକ ଇମେଲ୍ ମିଳିଥିଲା। ଅକ୍ସଫାମ୍ ଇଣ୍ଡିଆ FCRA ୨୦୧୦ ଆଇନ୍ ଉଲ୍ଲଂଘନ  କରି ବିଭିନ୍ନ ସଂସ୍ଥାକୁ ଟଙ୍କା ପଠାଇ ଲାଭ ଉଠାଉଥିଲା। ଅକ୍ସଫାମ ବର୍ଷ ବର୍ଷ ଧରି ବିଭିନ୍ନ ସଂସ୍ଥା ପାଇଁ ବିଦେଶୀ ପାଣ୍ଠି ଯୋଗାଣକାରୀ ଭାବେ କାର୍ଯ୍ୟ କରୁଥିଲା ବୋଲି ଆୟକର ବିଭାଗ ଜାଣିବାକୁ ପାଇଥିଲା

ଅକ୍ସଫାମ ଇଣ୍ଡିଆ ସମାଜ ମଙ୍ଗଳ କାମ କରିବାକୁ ନିଜକୁ ଏନ୍ଜିଓ ଭାବେ ପଞ୍ଜୀକୃତ କରି ମଧ୍ୟ ନିଜର ସହଯୋଗୀ କର୍ମଚାରୀଙ୍କ ମାଧ୍ୟମରେ ସେଣ୍ଟର ଫର୍ ପଲିସି ରିସର୍ଚକୁ କମିଶନ ଭାବେ ଟଙ୍କା ପଠାଇଥିବା ଜଣାପଡ଼ିଛି। ଟିଡିଏସ୍ ଡାଟାରୁ ଏହା ଜଣାପଡ଼ିଛି  ଯେ ସେକ୍ସନ ୧୯୪J ମାଧ୍ୟମରେ ୨୦୧୯୨୦ ଆର୍ଥିକ ବର୍ଷରେ ଅକ୍ସଫାମ ଇଣ୍ଡିଆ ସେଣ୍ଟର ଫର ପଲିସି ରିସର୍ଚ ୧୨,୭୧,୧୮୮ ଟଙ୍କା ଦେଇଛି। ତଦନ୍ତରେ ଏସବୁ ଜଣାପଡିବା ପରେ ସିବିଆଇ ଗତକାଲି ସଂସ୍ଥା ବିରୋଧରେ ମାମଲା କରିଛି।  

Leave A Reply

Your email address will not be published.