ଭୁବନେଶ୍ବର:ପରୀକ୍ଷାର୍ଥୀଙ୍କ ମୋବାଇଲ୍ ଓ ସ୍କୁଟର ହେଲା ଚୋରି । ଏନେଇ ଇନ୍ ଫୋସିଟି ଥାନାରେ ମାମଲା ପରେ ଆରମ୍ଭ ହୋଇଥିଲା ତଦନ୍ତ । ତଦନ୍ତରେ ୩ ଅଭିଯୁକ୍ତଙ୍କୁ ଧରିବା ସହ ଚୋରି ସ୍କୁଟର ଓ ମୋବାଇଲ୍ ଜବତ କରିଛି ପୋଲିସ । ପରୀକ୍ଷା ସେଣ୍ଟର ଥିଲା ମୋବାଇଲ୍ ଚୋରଙ୍କ ଟାର୍ଗେଟ୍ ।
ଚୋରି ସ୍କୁଟର ସହ ୨୬ଟି ମୋବାଇଲ ଜବତ ହୋଇଛି । ଏଥିସହ ୪୩ଟି ମୋବାଇଲ୍ ଡିସପ୍ଲେ ଓ ୪୮ଟି ମଦରବୋର୍ଡ ମଧ୍ୟ ଜବତ କରିଛି ପୋଲିସ ।
ଗିରଫ ଅଭିଯୁକ୍ତ ହେଲେ ଦୁଷ୍ମନ୍ତ ସୁବୁଦ୍ଧି, ରାକେଶ କୁମାର ସାହୁ ଓ ମାନସ ବେହେରା । ଦୁଷ୍ମନ୍ତଙ୍କଠାରୁ ୨ଟି ମୋବାଇଲ, ରାକେଶଙ୍କଠାରୁ ୧୮ଟି ମୋବାଇଲ, ୪୩ଟି ଡିସପ୍ଲେ ଓ ୪୮ଟି ମଦରବୋର୍ଡ ଏବଂ ମାନସଠାରୁ ୬ଟି ମୋବାଇଲ୍ ଜବତ ହୋଇଛି ।
ସୂଚନାଥାାଉକି, ନିଟ୍ PG ପରୀକ୍ଷା ଦେବାକୁ ପଟିଆସ୍ଥିତ ଆନ୍ଥେମ୍ ଗ୍ଲୋବାଲ, IDZIକୁ ଆସିଥିଲେ ଡାକ୍ତର ଶୁଭମୟ ବେରା । ପରୀକ୍ଷା ସମୟରେ ତାଙ୍କର ସ୍କୁଟର ,ମୋବାଇଲ ଚୋରି ହୋଇଥିଲା ।

