Latest Odisha News

BREAKING NEWS

ଆଫଗାନିସ୍ତାନ ଟି୨୦ ସିରିଜରୁ ବାଦ୍ ପଡ଼ିଲେ ବରୁଣ ଚକ୍ରବର୍ତ୍ତୀ

ନୂଆଦିଲ୍ଲୀ : ଆଫଗାନିସ୍ତାନ ବିପକ୍ଷ ପ୍ରଥମ ଟି୨୦ ମ୍ୟାଚରେ ଚମତ୍କାର ବୋଲିଂ କରିଥିବା ମିଷ୍ଟ୍ରି ସ୍ପିନର ବରୁଣ ଚକ୍ରବର୍ତ୍ତୀ ସିରିଜର ଅବଶିଷ୍ଟ ମ୍ୟାଚଗୁଡ଼ିକରୁ ବାଦ୍ ପଡ଼ିଛନ୍ତି । ପ୍ରଥମ ମ୍ୟାଚରେ ସେ ୪ ଓଭରରେ ମାତ୍ର ୧୬ ରନ୍ ଦେଇ ୧ଟି ୱିକେଟ୍ ନେଇ ଭାରତର ୭ ୱିକେଟ୍ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଏମଆରଆଇ  ରିପୋର୍ଟ ଅନୁସାରେ, ବରୁଣଙ୍କୁ ମାଂସପେଶୀ ଟାଣିହୋଇଯିବା ସମସ୍ୟା ଦେଖାଦେଇଛି । ଗତ ଜୁଲାଇ ମାସରେ ଇଂଲଣ୍ଡ ଗସ୍ତ ସମୟରେ ହାମ୍‌ଷ୍ଟ୍ରିଙ୍ଗ୍ ଆଘାତ ଯୋଗୁଁ ସେ ଦୀର୍ଘଦିନ ଧରି ପଡିଆରୁ ଦୂରରେ ଥିଲେ ଏବଂ ଏହି ମ୍ୟାଚ୍‌ରୁ ହିଁ ପ୍ରତ୍ୟାବର୍ତ୍ତନ କରିଥିଲେ ।

ଆଫଗାନିସ୍ତାନ ସିରିଜରୁ ବାଦ୍ ପଡ଼ିବା ପରେ ଆଗାମୀ ଏସୀୟ କ୍ରୀଡ଼ାରେ ତାଙ୍କ ଖେଳିବା ନେଇ ଆଶଙ୍କା ପ୍ରକାଶ ପାଇଛି । ଦୀର୍ଘ ଦୁଇ ମାସ ଧରି ରିହାବ୍ ଶେଷ କରି ମାତ୍ର ଗୋଟିଏ ମ୍ୟାଚ୍ ଖେଳିବା ପରେ ବରୁଣ ପୁଣିଥରେ ଆହତ ହେବା ଯୋଗୁଁ ବିସିସିଆଇର ‘ସେଣ୍ଟର ଅଫ୍ ଏକ୍ସଲେନ୍ସର ଇଞ୍ଜୁରୀ ମ୍ୟାନେଜମେଣ୍ଟ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବରୁଣଙ୍କ ଅନୁପସ୍ଥିତିରେ ଭାରତୀୟ ଦଳରେ ରବି ବିଷ୍ଣୋଇଙ୍କ ବ୍ୟତୀତ ଅକ୍ଷର ପଟେଲ ଓ ୱାଶିଂଟନ୍ ସୁନ୍ଦର ସ୍ପିନ ବିକଳ୍ପ ଭାବେ ଉପଲବ୍ଧ ଅଛନ୍ତି ।

Leave A Reply

Your email address will not be published.