Latest Odisha News

ମୋବାଇଲରେ କାହିଁକି ୨ଟି ମାଇକ୍ରୋଫୋନ୍ ଦିଆଯାଇଥାଏ ?

ଭୁବନେଶ୍ବର: ଆପଣ ବର୍ଷ ବର୍ଷ ଧରି ଫୋନ୍ ବ୍ୟବହାର କରିଆସୁଛନ୍ତି, କିନ୍ତୁ ଆପଣ ଜାଣନ୍ତି କି ଫୋନ୍ କମ୍ପାନୀଗୁଡିକ ଗୋଟିଏ ନୁହେଁ ଦୁଇଟି ମାଇକ୍ରୋଫୋନ୍ କାହିଁକି ପ୍ରଦାନ କରନ୍ତି? କିଛି ଜଣ ଏହି ପ୍ରଶ୍ନର ଉତ୍ତର ଜାଣିଥିବେ ଓ ଅନେକ ଲୋକ ଅଛନ୍ତି ଯେଉଁମାନେ ଏ ବିଷୟରେ ଅବଗତ ନୁହଁନ୍ତି । ଆଜି ଆମେ ଆପଣଙ୍କୁ କହିବୁ ଫୋନରେ ଏହି ଦୁଇଟି ମାଇକ୍ରୋଫୋନ୍ କେଉଁଠାରେ ଦିଆଯାଏ ଏବଂ ସେମାନଙ୍କ କାମ କ’ଣ?

ଗୋଟିଏ ମାଇକ୍ ଫୋନର ନିମ୍ନ ଭାଗରେ ଏବଂ ଅନ୍ୟ ମାଇକ୍ ଫୋନର ଉପର ଭାଗରେ ଦିଆଯାଏ । ଗୋଟିଏ ମାଇକ୍ ଆପଣଙ୍କ ପାଟି ପାଖରେ ଏବଂ ଅନ୍ୟ ମାଇକ୍ ଆପଣଙ୍କ କାନ ପାଖରେ ଥାଏ । ଫୋନର ନିମ୍ନ ଭାଗରେ ଦିଆଯାଇଥିବା ମାଇକ୍ କୁ ପ୍ରାଥମିକ ମାଇକ୍ରୋଫୋନ୍ ଏବଂ ଫୋନର ଉପର ଭାଗରେ ଅବସ୍ଥିତ ମାଇକ୍ କୁ ସେକେଣ୍ଡାରୀ ମାଇକ୍ରୋଫୋନ୍ କୁହାଯାଏ ।

ପ୍ରାଥମିକ ମାଇକ୍ରୋଫୋନର କାମ ହେଉଛି  ଆପଣଙ୍କ ସ୍ବରକୁ ସାମ୍ନାରେ ଥିବା ବ୍ୟକ୍ତିଙ୍କ ନିକଟକୁ ପଠାଇବା । ଅନ୍ୟ ପଟେ, ସେକେଣ୍ଡାରୀ ମାଇକ୍ ଆପଣଙ୍କ ଚାରିପାଖରେ ଥିବା ଶବ୍ଦକୁ ହ୍ରାସ କରିବା ପାଇଁ କାର୍ଯ୍ୟ କରେ ଏବଂ ଏହି ପ୍ରକ୍ରିୟାକୁ ନଏଜ୍ କ୍ୟାନସଲେସନ ମଧ୍ୟ କୁହାଯାଏ ।

ଫୋନ୍ ତିଆରି କରୁଥିବା କମ୍ପାନୀ ଦୁଇଟି ମାଇକ୍ରୋଫୋନ୍ ପ୍ରଦାନ କରନ୍ତି । ଯାହା ଦ୍ବାରା କଲ୍ ସମୟରେ ଆପଣଙ୍କୁ ଖରାପ କ୍ବାଲିଟି ଅଭିଜ୍ଞତା ନହେଉ । ଭାବିବାକୁ ଗଲେ କମ୍ପାନୀ କେବଳ ପ୍ରାଥମିକ ମାଇକ୍ରୋଫୋନ୍ ଯୋଗାଇ ପାରିଥାନ୍ତା, କିନ୍ତୁ ସେକେଣ୍ଡାରୀ ମାଇକ୍ରୋଫୋନ୍ ଯୋଗାଇ ଦିଆଯାଉଛି ଯାହା ଦ୍ବାରା ଆପଣଙ୍କ ଚାରିପାଖରେ ଥିବା ନଏଜ୍ ଆପଣଙ୍କ କଲ୍ ଅଭିଜ୍ଞତାକୁ ଖରାପ କରିବ ନାହିଁ ।

Comments are closed.