Latest Odisha News

BREAKING NEWS

କରନ ଜୋହରଙ୍କ ପାଇଁ ଯୋଦ୍ଧା ସାଜିଲେ ଅଭିନେତା ସିଦ୍ଧାର୍ଥ ମଲହୋତ୍ରା

ମୁମ୍ବାଇ: ସବୁବେଳେ ଫ୍ୟାମିଲି ଡ୍ରାମା ଓ ଲଭ ରୋମାଣ୍ଟିକ୍ ମୁଭି ପ୍ରସ୍ତୁତ କରୁଥିବା କରନ ଜୋହର ଏବେ ଆକ୍ସନ୍ ମୁହାଁ ହୋଇଛନ୍ତି । ଆଗାମୀ ଦିନରେ ଖୁବଶୀଘ୍ର କରନ ଜୋହରଙ୍କ ଧର୍ମା ପ୍ରଡକ୍ସନ ବ୍ୟାନର ତଳେ ରିଲିଜ ହେବାକୁ ଯାଉଛି ଆକ୍ସନ ପ୍ୟାକ୍‌ଡ ମୁଭି ୟୋଦ୍ଧା ।

କରନଙ୍କ ଫିଲ୍ମରେ ଯୋଦ୍ଧା ଭାବେ ନଜର ଆସିବେ ଅଭିନେତା ସିଦ୍ଧାର୍ଥ ମଲହୋତ୍ରା । ଏ ନେଇ କରନ ସୋସିଆଲ ମିଡିଆରେ ଫିଲ୍ମର ଫାଷ୍ଟ ଲୁକ୍ ମଧ୍ୟ ସେୟାର କରିଛନ୍ତି । ତେବେ ଏହି ଫିଲ୍ମଟିକୁ ଦେଖିବାକୁ ହେଲେ ଦର୍ଶକଙ୍କୁ ଆସନ୍ତା ବର୍ଷ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ । କାହିଁକି ନା ନଭେମ୍ବର ୧୧, ୨୦୨୨ରେ ଫିଲ୍ମଟି ରିଲିଜ୍ ହେବା ନେଇ ସ୍ଥିର ହୋଇଛି ।

 

View this post on Instagram

 

A post shared by Karan Johar (@karanjohar)

ଫିଲ୍ମରେ ଥିବା ଅନ୍ୟ ଷ୍ଟାରକାଷ୍ଟଙ୍କ ତାଲିକା ସାମ୍ନାକୁ ଆସିନି । ତେବେ ଖୁବଶୀଘ୍ର ଫିମେଲ ଲିଡ୍ ରୋଲରେ ଥିବା ନାୟିକାଙ୍କ ନାଁ ସାମ୍ନାକୁ ଆସିବ ବୋଲି ଜଣାପଡିଛି । ତେବେ ଏହି ଫିଲ୍ମ ପାଇଁ ଜଣେ ନୁହେଁ ବରଂ ଦୁଇଜଣ ନିର୍ଦ୍ଦେଶକ ଦେଇଛନ୍ତି । ସାଗର ଆମ୍ବ୍ରେ ଓ ପୁଷ୍କର ଓଝାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଆକ୍ସନ ସିକ୍ୱେନ୍ସ ଭରପୁର ରହିଛି । ଏହି ଫିଲ୍ମକୁ ବାଦ୍ ଦେଲେ ପୂର୍ବରୁ ଅଭିନେତା ସିଦ୍ଧାର୍ଥ ଷ୍ଟୁଡେଣ୍ଟ ଅଫ୍ ଦ ଇୟର ଓ ଶେରଶାହ ଭଳି ଫିଲ୍ମ ଜରିଆରେ କରନଙ୍କ ପ୍ରୋଜେକ୍ଟରେ ସାମିଲ ହୋଇଥିଲେ ।

Leave A Reply

Your email address will not be published.