Latest Odisha News

BREAKING NEWS

ଭଲ ଖବର: ମଡେର୍ଣ୍ଣା ଟିକା ୯୫% ସୁରକ୍ଷିତ

ନୂଆଦିଲ୍ଲୀ: କରୋନା ସଂକଟ କାଳରେ ସପ୍ତାହେ ଭିତରେ ଆମେରିକାରୁ ପୁଣି ଆସିଛି ଖୁସି ଖବର। ଭ୍ଯାକସିନ ନେଇ ଭତ୍ସାହଜନକ ଖବର ସାମନାକୁ ଆସିଛି। ମଡେର୍ଣ୍ଣା ଟିକା ୯୫% ସଫଳ। ତୃତୀୟ ପର୍ଯ୍ୟାୟ ଟ୍ରାଏଲରୁ ଏହି ତଥ୍ୟ ମିଳିଛି। ଆମେରିକାର ୩୦ ହଜାର ଲୋକଙ୍କୁ ନେଇ ପରୀକ୍ଷଣ କରାଯାଇଥିଲା ।

ସେମାନଙ୍କ ମଧ୍ଯରୁ ଅଧା ଲୋକଙ୍କୁ ପ୍ରତି ଚାରି ସପ୍ତାହ ବ୍ୟବଧାନରେ ଦୁଇଟି ଡୋଜ୍ ଦିଆଯାଇଥିଲା। ବାକି ଲୋକଙ୍କୁ ଦିଆଯାଇଥିଲା ଡମି ଇଞ୍ଜେକସନ୍। ପରୀକ୍ଷଣରୁ ଏକଥା ସ୍ପଷ୍ଟ ହୋଇଛି ଯେ, ମଡେର୍ଣ୍ଣା ଟିକା ନେଇଥିବା ଲୋକଙ୍କ ମଧ୍ୟରୁ ୫ପ୍ରତିଶତ ସଂକ୍ରମିତ ହୋଇଥିଲେ । ସେହିପରି ଯେଉଁମାନେ ଡମି ଟିକା ନେଇଥିଲେ ସେମାନଙ୍କ ମଧ୍ୟରୁ ସଂକ୍ରମିତ ହୋଇଥିଲେ  ୯୦ ପ୍ରତିଶତ ।

ତୃତୀୟ ପର୍ଯ୍ୟାୟ ପରୀକ୍ଷଣରୁ ୯୫ ପ୍ରତିଶତ ସଫଳତା ମିଳିଥିବା ସୂଚନା ଦେଇଛି ମଡେର୍ଣ୍ଣା ଡାଟା ସେଫଟି ମନିଟରିଂ ବୋର୍ଡ। ମଡେର୍ଣ୍ଣା ଏହି ଟିକାକୁ ନ୍ୟାସନାଲ ଇନିଷ୍ଟିଚ୍ଯୁଟ ଅଫ୍ ଆଲର୍ଜୀ ଏଣ୍ଡ ଇନଫେକ୍ଟିଅସ୍ ଡିଜିସେସ୍ ବିକଶିତ କରିଛନ୍ତି।

ପୂର୍ବରୁ ଆମେରିକୀୟ ଫାର୍ମା କମ୍ପାନୀ ଫାଇଜର୍ କହିଥିଲା ତାର ଟିକା ୯୦ପ୍ରତିଶତ ସଫଳ ‌। ୪୩ ହଜାର ଲୋକଙ୍କୁ ନେଇ ପରୀକ୍ଷଣ କରିଥିଲା ଫାଇଜର୍। ଏବେ ମଡେର୍ଣ୍ଣା ପୁଣି ଦେଇଛି ଆଶ୍ବସ୍ତିକର ଖବର ।

Comments are closed.