Latest Odisha News

BREAKING NEWS

ସାରା ଦେଶ କହୁଛି ମୁଁ ମୋଦିଙ୍କ ପରିବାର: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ଆଜି ତେଲେଙ୍ଗାନର ଆଦିଲାବାଦରେ ଏକ ସାଧାରଣ ସଭାରେ ଉଦବୋଧନ ଦେଇ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କୁ ଟାର୍ଗେଟ୍ କରିଛନ୍ତି ।

ମୋଦି କହିଛନ୍ତି,‘‘ ମୋ ପରିବାର ଯୋଗୁଁ ବିରୋଧୀ  ମୋତେ ଟାର୍ଗେଟ୍ କରିଥିଲେ । କିନ୍ତୁ ବର୍ତ୍ତମାନ ସମଗ୍ର ଦେଶ କହୁଛି ଯେ ମୁଁ ମୋଦିଙ୍କ ପରିବାର । ମୋ ଜୀବନ ଏକ ଖୋଲା ପୁସ୍ତକ ପରି । ଦେଶର ଲୋକମାନେ ଏହା ବିଷୟରେ ଜାଣିଛନ୍ତି । ଯେତେବେଳେ ମୁଁ ପିଲାଦିନେ ଘରୁ ବାହାରିଥିଲି, ସେତେବେଳେ ମୁଁ ଏକ ସପ୍ନ ଦେଖି ବାହାରକୁ ଆସିଥିଲି ଯେ ମୁଁ ଦେଶବାସୀଙ୍କ ପାଇଁ ବଞ୍ଚିବି । ଏହି ଦେଶର ୧୪୦ କୋଟି ଲୋକ ମୋ ପରିବାର…ମୋ ଭାରତ, ମୋ ପରିବାର।’’

ମୋଦିଙ୍କ ମନ୍ତବ୍ୟ ପରେ ବିଜେପି ସଭାପତି ଜେପି ନଡ୍ଡା  ଓ ଗୃହମନ୍ତ୍ରୀ ଅମିତ ଶାହା ସମେତ ଦଳର ବହୁ ବରିଷ୍ଠ ନେତା ତାଙ୍କ ସୋସିଆଲ ମିଡିଆ ଏକ୍ସରେ ‘ମୋଦିଙ୍କ ପରିବାର’ ଲେଖିଛନ୍ତି ।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ମୋଦି ବାରମ୍ୱାର ପରିବାରବାଦ ରାଜନୀତି ବିରୋଧରେ ସ୍ୱର ଉତ୍ତୋଳନ କରୁଥିଲେ । ଯାହାଦ୍ୱାରା ପରିବାରବାଦ ରାଜନୀତି କରୁଥିବା ବିରୋଧୀ ଦଳଙ୍କୁ ଅସୁବିଧା କରାଉଥିଲା। ପରିବାରବାଦ ରାଜନୀତିରେ ଦଳର ଚେହେରା ଅଲଗା ହୋଇପାରେ  କିନ୍ତୁ ଚରିତ୍ର ସମାନ । ଦୁଇଟି ଜିନିଷ ନିଶ୍ଚିତ…ସେମାନଙ୍କ ଚରିତ୍ରରେ ମିଥ୍ୟା ଏବଂ ଦ୍ୱିତୀୟଟି ଲୁଟ୍  ଥାଏ ବୋଲି ମୋଦି କହିଥିଲେ।

ଏହାପୂର୍ବରୁ ଲାଲୁ ପ୍ରସାଦ ଯାଦବ କହିଥିଲେ,‘‘ ପ୍ରଧାନମନ୍ତ୍ରୀ ମୋଦିଙ୍କର ପରିବାର ନାହିଁ ତେବେ ମୁଁ କ’ଣ କରିପାରିବି?।’’

 

Leave A Reply

Your email address will not be published.