Latest Odisha News

BREAKING NEWS

ନିର୍ବାଚନୀ ମାହୋଲ ସରଗରମ, ଓଡିଶା ଗସ୍ତରେ ମୋଦୀ ଓ ମାୟାବତୀ

ଭୁବନେଶ୍ୱର : ଆଗାମୀ ସାଧାରଣ ନିର୍ବାଚନର ଅବ୍ୟବହିତ ପୂର୍ବରୁ ନିର୍ବାଚନୀ ପ୍ରଚାର କରିବା ପାଇଁ ମଙ୍ଗଳବାର ଦିନ ଓଡିଶା ଗସ୍ତରେ ଆସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବହୁଜନ ସମାଜବାଦୀ ପାର୍ଟି (ବିଏସପି) ସୁପ୍ରିମୋ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ ।

ଗସ୍ତ କାର୍ଯ୍ୟସୂଚୀ ଅନୁଯାୟୀ ପ୍ରଧାନମନ୍ତ୍ରୀ ମୋଦୀ ସକାଳ ପ୍ରାୟ ୧୧ଟା ସମୟରେ କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ଠାରେ ପହଞ୍ଚି ସେଠାରେ ଆୟୋଜିତ ଏକ ସଂକଳ୍ପ ସମାବେଶରେ କର୍ମୀ ଓ ଜନତାଙ୍କୁ ସମ୍ବୋଧିତ କରିଛନ୍ତି ।

ଗଣମାଧ୍ୟମକୁ ସୂଚନା ଦେଇ ମଙ୍ଗଳବାର ଦିନ ବିଏସପିର ଓଡିଶା ଶାଖା ସଭାପତି ଟଙ୍କଧର ବାଗ କହିଛନ୍ତି, ଭୁବନେଶ୍ୱରରୁ ମାୟାବତୀ ଦେଶବ୍ୟାପି ନିର୍ବାଚନୀ ପ୍ରଚାର ଆରମ୍ଭ କରିଛନ୍ତି ।

ସେହିପରି ମାୟାବତୀ ସକାଳ ପ୍ରାୟ ୧୦ଟା ସମୟରେ ଭୁବନେଶ୍ୱର ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବେ । ସେଠାରୁ ପାର୍ଟି କାର୍ଯ୍ୟାଳୟ ଯାଇ ପାଖାପାଖି ୧୧ଟା ବେଳକୁ ବରମୁଣ୍ଡାରେ ଆୟୋଜିତ ଏକ ସଭାରେ ଉପସ୍ଥିତ ଜନତାଙ୍କୁ ସମ୍ବୋଦ୍ଧିତ କରିବେ ।

Comments are closed.