Latest Odisha News

BREAKING NEWS

ଓଡ଼ିଶାର କେଉଁ ବିଶେଷତା ବାରମ୍ବାର ଟାଣି ଆଣୁଛି, ଟ୍ୱିଟ୍ କରି କହିଲେ ମୋଦୀ

ନୂଆଦିଲ୍ଲୀ: ଓଡ଼ିଶାର ଭବାନୀପାଟଣାଠାରେ ଅନୁଷ୍ଠିତ ହେବାକୁ ଥିବା ବିଜୟ ସଂକଳ୍ପ ସମାବେଶରେ ଯୋଗଦେବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟ୍ କରି ମଙ୍ଗଳବାର ଦିନ କହିଛନ୍ତି, ଓଡ଼ିଶାରେ ଏମିତି କିଛି ବିଶେଷତା ରହିଛି ଯାହାକି ତାଙ୍କୁ ବାରମ୍ବାର ଏହି ରାଜ୍ୟକୁ ଟାଣି ଆଣୁଛି ।

ଏସମ୍ପର୍କରେ ଆଶ୍ଚର୍ଯ୍ୟ ପ୍ରକଟ କରିବା ସହିତ ମୋଦୀ ଟ୍ୱିଟ୍ କରି ଏହି ଓଡ଼ିଶା ଗସ୍ତ ବାବଦରେ କହିଛନ୍ତି । ଓଡ଼ିଶାରେ ଏହା ତାଙ୍କର ଦ୍ୱିତୀୟ ନିର୍ବାଚନୀ ର‌୍ୟାଲି ହେବାକୁ ଯାଉଛି । ମୋଦୀ ମାର୍ଚ୍ଚ ୨୯ ତାରିଖରେ କୋରାପୁଟରେ ନିର୍ବାଚନୀ ସମାବେଶରେ ଯୋଗଦାନ କରିଥିଲେ । ମୋଦୀଙ୍କର ପରବର୍ତ୍ତୀ ନିର୍ବାଚନୀ ସମାବେଶ ଆସନ୍ତା ଏପ୍ରିଲ୍ ୬ ତାରିଖରେ ସୁନ୍ଦରଗଡ଼ଠାରେ ଅନୁଷ୍ଠିତ ହେବାକୁ ଯାଉଛି ।

ଓଡ଼ିଶାରେ ଦଳ ଏକ ବିରାଟ ବିଜୟ ଆଶା କରୁଛି, ଯାହାଦ୍ୱାରା କି ବିଜେଡ଼ି ସରକାରର ପତନ ଘଟି ଭାଜପା ଶାସନ କରିପାରିବ ବୋଲି ଦଳର ହାଇକମାଣ୍ଡ ଆଶା ରଖିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ ଦଳର ଏକ କାର୍ଯ୍ୟକ୍ରମରେ ଉଦବୋଧନ ଦେଇ କହିଥିଲେ, ଓଡ଼ିଶାରେ ଏପରି ଏକ ପରିବର୍ତ୍ତନ ହେବ ଯାହାକି ସମଗ୍ର ଦେଶକୁ ଚମକ୍ରୃତ କରିଦେବ । ଓଡ଼ିଶାର ଫଳାଫଳ ତ୍ରିପୁରାରେ ୨୦୧୮ ନିର୍ବାଚନ ପରି ହେବ ବୋଲି ମୋଦୀ କହିବା ପରେ ତାଙ୍କର ଏହି ଉକ୍ତି ରାଜ୍ୟରେ ରାଜନୈତିକ ଉଷ୍ମତା ଭରିଦେଇଛି । ତ୍ରିପୁରାରେ ୨୫ ବର୍ଷର ପୁରୁଣା ବାମପନ୍ଥୀ ଶାସନର ପତ୍ତନ ଘଟାଇ ବିଜେପି କ୍ଷମତାସୀନ ହୋଇଛି ।

ତେବେ ପ୍ରତିକ୍ରିୟା ପ୍ରକାଶ କରି ଶାସକ ବିଜେଡ଼ି ମୋଦୀଙ୍କର ଏହି ବକ୍ତବ୍ୟକୁ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିଛି ।

Leave A Reply

Your email address will not be published.