ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହମ୍ମଦ କୈଫ ଅସୁବିଧାରେ ପଡି ଯାଇଛନ୍ତି । ତାଙ୍କର ହ୍ୱାଟସଆପ ଆକାଂଉଟ ହ୍ୟାକ ହୋଇଯାଇଛି । କୈଫ ନିଜେ ଇନଷ୍ଟାଗ୍ରାମରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି ମୋ ସହିତ ଏବେ କୌଣସି ଗୁରୁତ୍ୱପୂର୍ଣ୍ଣ କଥା ଶେୟାର କରନ୍ତୁ ନାହିଁ । ସବୁ କିଛି ଠିକ ହେବା ପରେ ଜଣେଇବି ବୋଲି ସେ ଉଲ୍ଲେଖ କରିଛନ୍ତି । କୈଫ ଚଳିତ ଚାମ୍ପିୟନ୍ସ ଟ୍ରଫିରେ ବିଶେଷଜ୍ଞମାନେ ଷ୍ଟାର ସ୍ପୋର୍ଟ୍ସ ସହ ଜଡିତ ଅଛନ୍ତି । କୈଫ ଭାରତ ପକ୍ଷରୁ ୧୩ଟେଷ୍ଟ ଏବଂ ୧୨୫ ଦିନିକିଆ ମ୍ୟାଚ ଖେଳିଥିଲେ ।
ଟେଷ୍ଟରେ ସେ ୩୨.୮୪ ଆଭରେଜରେ ୬୨୪ ରନ କରିଛନ୍ତି । ଏଥିରେ ୩ ଅର୍ଦ୍ଧଶତକ ଓ ଗୋଟିଏ ଶତକ ସାମିଲ । ସେହିପରି ଦିନିକିଆରେ ୨୭୫୩ ରନ କରିଛନ୍ତି । ଏଥିରେ ୧୭ ଅର୍ଦ୍ଧଶତକ ଓ ୨ ଶତକ ରହିଛି । ଜଣେ ଭଲ ଫିଲ୍ଡର ଭାବେ ସେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ସେ କୋଚ ଭାବେ ମଧ୍ୟ ଆଇପିଏଲରେ କାର୍ଯ୍ୟ କରି ସାରିଛନ୍ତି ।
Comments are closed.