ମୁମ୍ବାଇ: ଫେବୃଆରୀ ୧୪ରେ ମୁକ୍ତିଲାଭ ଲାଭ କରିଥିବା ଭିକି କୌଶଲଙ୍କ ଅଭିନୀତ ଫିଲ୍ମ ‘ଛାବା’କୁ ଟ୍ୟାକ୍ସ ଫ୍ରି କରିବାକୁ ମଙ୍ଗଳବାର ଦିନ ଫେଡରେସନ ଅଫ ୱେଷ୍ଟର୍ଣ୍ଣ ସିନେ ଏମ୍ପ୍ଲଇଜ ପକ୍ଷରୁ ମହାରାଷ୍ଟ୍ର ସରକାରଙ୍କୁ ଅନୁରୋଧ କରାଯାଇଛି।
ଲକ୍ଷ୍ମଣ ଉତେକରଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ପିରିୟଡ୍ ଡ୍ରାମାରେ ଭିକି ମରାଠା ରାଜା ଛତ୍ରପତି ସମ୍ଭାଜୀ ମହାରାଜଙ୍କ ଭୂମିକାରେ ଅଭିନୟ କରିଛନ୍ତି। ଏଥିରେ ରଶ୍ମିକା ମନ୍ଦାନା ମୁଖ୍ୟ ଭୂମିକାରେ ଥିବା ବେଳେ ଅକ୍ଷୟ ଖାନ୍ନା ଔରଙ୍ଗଜେବ ଭୂମିକାରେ ଅଭିନୟ କରିଛନ୍ତି।
ଏକ ସାକ୍ଷାତକାରରେ ଫେଡେରେସନର ଅଧିକାରୀମାନେ କହିଛନ୍ତି ଯେ ଏହି ପ୍ରସଙ୍ଗରେ ସେମାନେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭୀସଙ୍କୁ ଚିଠି ଲେଖିଛନ୍ତି। ଏହି ଫିଲ୍ମଟି ଅଧିକରୁ ଅଧିକ ଦର୍ଶକ ମାନଙ୍କ ପାଖରେ ପହଞ୍ଚିବା ଉଚିତ ଯାହାଦ୍ୱାରା ଆଗାମୀ ପିଢି ମହାନ ମରାଠା ରାଜାଙ୍କ ଐତିହ୍ୟ ଏବଂ ସାହସିକତା ବିଷୟରେ ଜାଣିବେ। ମହାରାଷ୍ଟ୍ର ସରକାର ‘ଧର୍ମୋ ରକ୍ଷତି ରକ୍ଷିତଃ’ରେ ବିଶ୍ୱାସ କରେ ଏବଂ ଏହି ଫିଲ୍ମଟି ମଧ୍ୟ ସମାନ ବାର୍ତ୍ତା ଦର୍ଶାଇଛି ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି।
ଏହି ଚଳଚ୍ଚିତ୍ର କେବଳ ମହାରାଷ୍ଟ୍ରରେ ନୁହେଁ ବରଂ ସାରା ଦେଶରେ ଲୋକଙ୍କ ପାଖରେ ପହଞ୍ଚିବା ଉଚିତ ବୋଲି ଫେଡରେସନ ପକ୍ଷରୁ କୁହାଯାଇଛି।
ରିପୋର୍ଟ ଅନୁଯାୟୀ ଛାବା ଫିଲ୍ମ ବର୍ତ୍ତମାନ ସୁଦ୍ଧା ବଶ୍ୱବ୍ୟାପୀ ୧୯୫.୬୦ କୋଟି ଟଙ୍କା ସଂଗ୍ରହ କରିସାରିଲାଣି। ତେବେ ଏହି ଫିଲ୍ମ ମ୍ୟାଡକ୍ ଫିଲ୍ମସ୍ ଦ୍ୱାରା ନିର୍ମିତ।
Comments are closed.