Latest Odisha News

BREAKING NEWS

ବ୍ୟାଟିଂ କୋଚ ହେଡେନଙ୍କୁ ଇଂରାଜୀ ଭାଷାର କୁରାନ ଉପହାର ଦେଲେ ରିଜୱାନ

ଦୁବାଇ: ଟି୨୦ ବିଶ୍ୱକପ କ୍ରିକେଟର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ ପୂର୍ବରୁ ପାକିସ୍ତାନ ଦଳର ବ୍ୟାଟିଂ କୋଚ ମାଥ୍ୟୁ ହେଡେନ ଚିନ୍ତିତ ହୋଇ ପଡିଛନ୍ତି । ଗୋଟିଏ ପଟେ ନିଜ ଦେଶ ଅଷ୍ଟ୍ରେଲିଆ ଖେଳୁଥିବା ବେଳେ ଅନ୍ୟ ପକ୍ଷରେ ପ୍ରଫେଶନାଲ କ୍ୟାରିୟର । ତେବେ ହେଡେନ ଏହି ଅଳ୍ପ ଦିନ ମଧ୍ୟରେ ପାକିସ୍ତାନ, ଇସଲାମ ଧର୍ମ ଏବଂ ଏହାର ଖେଳାଳିଙ୍କ ପ୍ରତି ପ୍ରଭାବିତ ହୋଇ ପଡିଛନ୍ତି । ମୁଁ ଖ୍ରୀଷ୍ଟିଆନ ହେଲେ ବି ଇସଲାମ ଧର୍ମ ବିଷୟରେ ଜାଣିବାକୁ ଚାହୁଁଛି ବୋଲି କହିବା ପରେ ଉଇକେଟ କିପର ମହମ୍ମଦ ରିଜୱାନ ଇଂରାଜୀ ଭାଷାର ଏକ କୁରାନ ଉପହାର ବାବଦକୁ ଦେଇଛନ୍ତି ।

ବାବର ଆଜମ, ରିଜୱାନଙ୍କୁ ମୁଁ ବ୍ୟକ୍ତିଗତ ପସନ୍ଦ କରେ ବୋଲି ହେଡେନ କହିଛନ୍ତି । ପାକିସ୍ତାନ ଖେଳାଳିଙ୍କ ସହ ରୁମ ଶେୟାର କରିବା ମୋ ଜୀବନର ଭଲ କ୍ଷଣରେ ପରିଗଣିତ ହେବ ବୋଲି କହିଛନ୍ତି ।

Leave A Reply

Your email address will not be published.