Latest Odisha News

BREAKING NEWS

ସନ୍ଦେହ ଜନକ ଅବସ୍ଥାରେ ଯୁକ୍ତ ଦୁଇ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ନିମାପଡ଼ା : ସନ୍ଦେହ ଜନକ ଅବସ୍ଥାରେ ଉଦ୍ଧାର ହୋଇଛି ଯୁକ୍ତ ୨ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ । ପୁରୀ ଜିଲ୍ଲା ନିମାପଡ଼ା ଗୁହାଳପଡା କୋଡ଼ ରୋଡ଼ ସ୍ଥିତ ସାଇ ବିଦ୍ବାନ କୋଚିଂ ସେଣ୍ଟରରେ ପାଠ ପଢୁଥିବା ଯୁକ୍ତ ଦୁଇ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ହଷ୍ଟେଲରୁ ଉଦ୍ଧାର କରିଛି ନିମାପଡ଼ା ପୋଲିସ । ଫ୍ୟାନରେ ଝୁଲନ୍ତା ଅବସ୍ଥାରେ ମୃତଦେହ ଥିବା ବେଳେ, ଗୋଟିଏ ଗୋଡ ଖଟରେ ଓ ଅନ୍ୟ ଏକ ଗୋଡ଼ ତଳେ ଲାଗିଥିବା ଦେଖିବାକୁ ମିଳିଛି । ମୃତ ଛାତ୍ରୀ ହେଲେ କୋଣାର୍କ ବାଲି ଦୋକାନ ନିକଟସ୍ଥ ବୁବୁଆ ଗ୍ରାମର ସ୍ମୃତି ଛନ୍ଦା ସ୍ବାଇଁ । ମୃତକଙ୍କ ପରିବାର ପକ୍ଷରୁ ନିମାପଡ଼ା ଥାନାରେ ଅଭିଯୋଗ ହୋଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ପୋଲିସ ଘଟଣାର ତଦନ୍ତ କରୁଛି ।

Leave A Reply

Your email address will not be published.